ସାମ୍ବାଦିକ ସୋମନାଥ ମହାନ୍ତିଙ୍କ ପରଲୋକ

Get real time updates directly on you device, subscribe now.

ଖଣ୍ଡପଡ଼ା,(ବି.ବି.ନୁ୍ୟଜ): ଖଣ୍ଡପଡ଼ାର ବରିÂ ସାମ୍ବାଦିକ ସୋମନାଥ ମହାନ୍ତିଙ୍କ ଶନିବାର ଅପରାହ୍ନ ୫ଟାରେ ପରଲୋକ ଘଟିଛି । ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।
ସୋମନାଥଙ୍କ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନ୍ଏସିରେ । ଗ୍ୟାଷ୍ଟିକ୍ ଓ ପେଟରେ ସଂକ୍ରମଣ ଯୋଗୁ ସେ ଗତ ୪ ତାରିଖରେ ଖଣ୍ଡପଡ଼ା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୬ ତାରିଖରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ତାଙ୍କ ଆର୍ଟିପିସିଆର୍ ଟେଷ୍ଟ ହୋଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିଲା । ଅବସ୍ଥା ନ ସୁଧୁରିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେହିଦିନ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଅପରାହ୍ନ ୫ଟାରେ ସେ ମୃତୁ୍ୟବରଣ କରିଥିଲେ । ସୋମନାଥଙ୍କ ପତ୍ନୀ ସୁଷମା ମହାନ୍ତି, ଦୁଇ ଝିଅ (ରଶ୍ମିତା ଓ ରୋଜିସ୍ମିତା) ଓ ଗୋଟିଏ ପୁଅ ଭବାନୀ ଶଙ୍କର ଅଛନ୍ତି । ଆସନ୍ତା ମାସରେ ବଡ଼ ଝିଅ ରଶ୍ମିତାର ବିବାହ ସ୍ଥିର ହୋଇଥିଲା । ଲକ୍ଡାଉନ୍ ମଧ୍ୟରେ ସେ ସମସ୍ତ ପ୍ରସ୍ତୁତି ଚଳାଇଥିଲେ । କିନ୍ତୁ ଆଜି ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ।
ସେ ବିଭିନ୍ନ ଖବରକାଗଜରେ କାମ କରିଥିଲେ । ନିଜ ଅଞ୍ଚଳର ସମସ୍ୟାମୂଳକ ଖବର ପ୍ରକାଶ କରି ସେ ଏହାର ସମାଧାନ ପାଇଁ ଚେଷ୍ଟା କରୁଥିଲେ । ଏଥିସହ ଜଣେ ସମାଜସେବୀ ଭାବେ ମଧ୍ୟ ସେ ଖଣ୍ଡପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ବେଶ୍ ପରିଚିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons