ସାମ୍ବିଧାନିକ ଅଧିକାର ଦିଅନ୍ତୁ ରାଜ୍ୟ ସରକାର:ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି. ବୁ୍ୟରୋ): ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇ ତୁଣ୍ଡ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ସାମାଜିକ ଓ ଆର୍ଥିକ ଅନଗ୍ରସର ବର୍ଗ (ଏସ୍ଇବିସି) ସହ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ଗଣନା ଜନଗଣନା ସହ କରିବାକୁ କେନ୍ଦ୍ରକୁ ରାଜ୍ୟ ଅନୁରୋଧ କରିବାରେ କିଛି ଅସୁବିଧା ନାହିଁ । ମାତ୍ର ଗତ ୩୦ ବର୍ଷ ହେବ ରାଜ୍ୟ ସରକାର ରାଜ୍ୟର ଏସଇବିସି ଓ ଓବିସିଙ୍କ ପାଇଁ ଉଦ୍ଧିଷ୍ଟ ସାମ୍ବିଧାନିକ ଅଧିକାରକୁ କାର୍ଯ୍ୟକାରୀ କରିନାହାନ୍ତି । ମଣ୍ଡଳ କମିଶନଙ୍କ ସୁପାରିଶକୁ ରାଜ୍ୟ କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ । ଏମିତି ଦର୍ଶାଇ ତେର୍ଛା ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବିଧାନର ହକ୍ ଏସଇବିସି ଓ ଅନ୍ୟ ପଛୁଆ ବର୍ଗଙ୍କୁ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି ।
ରାଜ୍ୟରେ ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ପଛୁଆ ଥିବା ଲୋକଙ୍କ ଗଣନା କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବେ । ଏ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଶନିବାର ମୋହର ମାରିବା ପରେ ଏ ସଂପର୍କରେ ଆଜି ଗଣମାଧ୍ୟମ ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ସେ କହିଲେ, ଓଡ଼ିଶାରେ ପଛୁଆ ବର୍ଗ (ଓବିସି)ଙ୍କୁ ସରକାରୀ ଚାକିରି ଏବଂ ଶିକ୍ଷାନୁÂାନରେ ସଂରକ୍ଷଣ ସୁବିଧା ଦିଆଯାଉ । ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଶ୍ରେଣୀ (ଏସଇବିସି)ଙ୍କୁ ଶିକ୍ଷାନୁÂାନରେ ସଂରକ୍ଷଣ ବ୍ୟବସ୍ଥା ଦିଆଯାଉ । ଏ ନେଇ ଗତ ଜୁଲାଇ ୨୫ରେ ସେ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଲେଖିଥିଲେ । ମାତ୍ର ତାହା କାର୍ଯ୍ୟକାରୀ ହୋଇନାହିଁ ।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାରେ ଓବିସି ଓ ଏସଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ । ଏମାନଙ୍କ ମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି । ଓଡ଼ିଶା ସୀରକାର ସରକାରୀ ଚାକିରି ଓ ଶିକ୍ଷାନୁÂାନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ସୁବିଧା ଦେଉନାହାନ୍ତି । ସେହିଭଳି ଏସଇବିସିଙ୍କୁ ଶିକ୍ଷାନୁÂାନରେ ମଧ୍ୟ ସଂରକ୍ଷଣ ଦେଉନାହାନ୍ତି । ଏହାଦ୍ୱାରା ଓବିସି ଓ ଏସଇବିସି ବର୍ଗର ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ନିଜ ହକରୁ ବଂଚିତ ହେଉଛନ୍ତି । ଏମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ବିଶେଷ ସୁବିଧା ପ୍ରଦାନ କରିବା ଜରୁରୀ ।
ସମ୍ବିଧାନର ଧାରା ୧୫ (୪) ଓ ୧୬ (୪) ଅନୁସାରେ ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁÂାନରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି । ଅନ୍ୟ କିଛି ରାଜ୍ୟରେ ଜନସଂଖ୍ୟାର ଏହି ବର୍ଗ ପାଇଁ ଅଧିକ ଶତାଂଶ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତେଣୁ ୩୦ ବର୍ଷ ହେବ ରାଜ୍ୟରେ ନିଜ ଅଧିକାରରୁ ବଞ୍ଚିତ ଥିବା ଓବିସି ଓ ଏସଇବିସି ବର୍ଗଙ୍କୁ ରାଜ୍ୟ ସରକାର ତୁରନ୍ତ ତାଙ୍କ ହକ୍ ଦିଅନ୍ତୁ । ସାମ୍ବିଧାନିକ ଅଧିକାର ପ୍ରଦାନ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons