ମାଲକାନଗିରି,(ବି.ବି.ନୁ୍ୟଜ୍): ଆବଶ୍ୟକଠାରୁ କମ୍ ପରିମାଣର ସାର ଆସିବାରୁ ତାତିଲେ ଚାଷୀ । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପାଖାପାଖି ୫ ଶହ ଚାଷୀ କଲେ ହରତାଳ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ସୋମବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏପରିସ୍ଥଳେ, ଆଗାମୀ ଦିନରେ ଚାଷୀଙ୍କୁ ସାର ଯୋଗାଇ ଦିଆ ନଗଲେ ଆନେ୍ଦାଳନ ଜୋର କରାଯିବ ବୋଲି ଉତ୍ତ୍ୟକ୍ତ ଚାଷୀ କହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାର ବଣ୍ଟନ ବନ୍ଦ ରଖାଯାଇଛି ।
ସୂଚନା ଅନୁସାରେ, ଅଞ୍ଚଳ ପାଇଁ ୫ ଶହରୁ ଅଧିକ ବସ୍ତା ସାର ଆବଶ୍ୟକ ରହଛି । ହେଲେ ବଣ୍ଟନ ପାଇଁ ମାତ୍ର ୯୦ ବସ୍ତା ଆସିଛି । ସାର ପାଇଁ କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତର ୫ ଶହରୁ ଅଧିକ ଚାଷୀ ରାତି ୩ ଟାରୁ ଆସି ଅପେକ୍ଷା କରିଥିଲେ । କିନ୍ତୁ ଗୋଟିଏ ଗାଡିରେ କେବଳ ୯୦ ବସ୍ତା ସାର ବଣ୍ଟନ ପାଇଁ ଆସିଥିଲା ।
ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଚାଷୀମାନେ ସାର ବଣ୍ଟନକୁ ବିରୋଧ କରିଥିଲେ । ଚାଷୀଙ୍କୁ ସମର୍ଥନ କରିଥିଲେ ଲୁଗେଲ ସରପଞ୍ଚ ଲକ୍ଷ୍ମୀ ସୋଡି ।
ଚାଷୀମାନେ କହିଛନ୍ତି, ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ଦରକାର । ଠିକଣା ସମୟରେ ଚାଷୀଙ୍କୁ ଆବଶ୍ୟକ ସାର ଯୋଗାଇ ଦେବା କଥା । କିନ୍ତୁ ତାହା କରାଯାଉନି । କରୋନା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ ସାର ଅଭାବ କଷ୍ଟକୁ ଦୁଇଗୁଣିତ କରୁଛି । ଚାଷୀ ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ନଦେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବେ ।
Comments are closed, but trackbacks and pingbacks are open.