ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

Get real time updates directly on you device, subscribe now.

କଟକ : କଟକ ଜିଲ୍ଲାର ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨ ଓ ୧୩ ନମ୍ବର ୱାର୍ଡରୁ କଣ୍ଟେନମେଣ୍ଟ ହଟାଯାଇଥିବା ବେଳେ ନିଶ୍ଚିନ୍ତକୋଇଲି ତହସିଲ ଜୟରାମପୁର ପଞ୍ଚାୟତ ୧ ନମ୍ବର ୱାର୍ଡରୁ ବି ଏହି କଟକଣାକୁ ହଟାଇ ଦିଆଯାଇଛି। ଏପ୍ରିଲ୍‌ ୫ ତାରିଖ ଠାରୁ ଏଠାରେ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଥିଲା। ତେବେ ଏସବୁ ସ୍ଥାନରେ ଏବେ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons