ବାଲେଶ୍ୱର,(ବି.ବି.ନ୍ୟୁଜ୍): ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣର ଘଟଣାର ୬ ଘଣ୍ଟା ପରେ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଗରପଡ଼ା କଲେଜ ନିକଟସ୍ଥ ସାଳନ୍ଦୀ ନଦୀ ପଠା ଟିକିରାସ୍ଥିତ ଇଟାଭାଟି ପଛରୁ ଛାତ୍ରୀଙ୍କୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏବେ ଛାତ୍ରୀ ଜଣଙ୍କ ଆଗରପଡ଼ା ମେଡିକାଲରେ ଚିକିତ୍ସତ ହେଉଛନ୍ତି । ତେବେ ଏହି ଖବର ପ୍ରଚାରିତ ହେବା ଘଟଣାସ୍ଥଳ ଓ ମେଡିକାଲ ପରିସର ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି । ଖବର ପାଇ ଆଗରପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ଅଞ୍ଚଳର ମିଲି ଛଦ୍ମନାମ (୧୫) ଦଶମ ଶ୍ରେଶୀରେ ପାଠ ପଢ଼ୁଛନ୍ତି । ମିଲି ମଙ୍ଗଳବାର ସକାଳୁ ଘରୁ ସ୍କୁଲକୁ ଆସିଥିଲା । ସ୍କୁଲ ଆସିବାର କିଛି ସମୟ ପରେ ମିଲିଙ୍କ ଘର ଲୋକଙ୍କ ପାଖକୁ ଏକ ଅଜଣା ଫୋନ୍ କଲ ଆସିଥିଲା । ତେବେ ଜଣେ ମହିଳା ଫୋନ୍ କରି କହିଥିଲେ, ‘ତୁମ ଝିଅକୁ ଆମେ ଅପହରଣ କରିଛୁ… । ଯଦି ପାରୁଛ ତାକୁ ଉଦ୍ଧାର କର । ନଚେତ ସ୍ଥିତି ଭୟାନକ ହେବ’ । ଏହା ଶୁଣି ପରିବାର ଲୋକ କିଛି ଜାଣି ପାରିନଥିଲେ । ତେବେ କିଛି ସମୟ ପରେ ପୁଣି ଫୋନ୍ କଲ୍ ଆସିଲା । ଅପହରଣକାରୀମାନେ ବିଭିନ୍ନ ପ୍ରକାର ଧମକ ଦେଲେ । ତେବେ ଭୟଭୀତ ହୋଇ ମିଲି ମା’ ସଙ୍ଗେସଙ୍ଗେ ଆଗରପଡ଼ା ଥାନାକୁ ଯାଇ ଘଟଣା ବିଷୟରେ ଜଣାଇଥିଲେ । ଏହି ଖବର ପାଇବା ପରେ ପୁଲିସ୍ ଆରମ୍ଭ କରିଦେଲା ତନାଘନା । ଥାନାରେ ମିଲିର ମା’ଥାନାରେ ପହିଥିଲେ ଯେଉଁ ବ୍ୟକ୍ତି ଫୋନ୍ କରିଥିଲେ ସେ ମହିଳାଙ୍କ କଣ୍ଠରେ କଥା ହେଉଥିଲେ । ଏହି କଥା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଥିଲା । ଯେଉଁ ନମ୍ବରରେ ଫୋନ୍ ଆସିଥିଲା ତାହା ବନ୍ଦ ହୋଇଯାଇଥିଲା । ସକାଳ ୧୦ ଅପରାହ୍ଣ ସାଢ଼େ ୩ ଟା ପର୍ଯ୍ୟନ୍ତ ମିଲିର କିଛି ପତ୍ତା ମିଳି ନଥିଲା । ତେବେ ୪ ଟା ବେଳେ ସ୍ଥାନୀୟ ଲୋକ ସାଳନ୍ଦୀ ନଦୀ ପଠା ଟିକିରାସ୍ଥିତ ଇଟାଭାଟିରେ ମିଲି ଚେତାଶୂନ୍ୟ ହୋଇ ପଡିଥିବା ଦେଖିଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲ୍ ନେଇଥିଲେ । ପରେ ପରିବାର ଲୋକ ଓ ପୁଲିସ୍ ହସ୍ପିଟାଲ୍ରେ ପହଞ୍ଚିଥିଲେ ।
ଅପରପକ୍ଷେ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ କିଛି ଦିନ ପୂର୍ବରୁ କେତେକ ଯୁବକ ତାଙ୍କ ଝିଅଙ୍କୁ କାଦବରାଙ୍ଗ ବଜାର ଉପରେ ହଇରାଣ ହରକତ କରୁଥିଲେ । ଏହି କମେଣ୍ଟ ମରାକୁ ନେଇ ସ୍ଥାନୀୟ ଭଦ୍ର ଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା । ଉପରୋକ୍ତ ଘଟଣା ନେଇ ଆଗରପଡ଼ ଥାନାଧିକାରୀ ରମେଶ ସିଂଙ୍କୁ ପଚାରିବାରୁ ସେ କହିଥିଲେ, ନାବାଳିକା ଜଣକ ଚେତା ଫେରିଲାଣି । ଆମେ ତାଙ୍କ ଘରକୁ ଆସିଛୁ ଏବଂ ଘଟଣା ସମ୍ପର୍କରେ ଖୋଳତାଡ଼ ଜାରି ରହିଛି । ତେବେ ଛାତ୍ରୀଙ୍କୁ ଅପରହଣକାରୀମାନେ ବଳାକ୍ରାର କରିଛନ୍ତି ନା ନାହିଁ ସେ ବିଷୟରେ କିଛି ସୂଚନା ମିଳି ନାହିଁ ।
Comments are closed, but trackbacks and pingbacks are open.