ହଂକଂ: ହଂକଂର ସିଇଓ କ୍ୟାରି ଲାମଙ୍କୁ ତାଙ୍କ ପଦବିରୁ ହଟାଇବାକୁ ଚୀନ୍ ସରକାର ଚିନ୍ତା କରୁଛନ୍ତି । ଗତ ୫ ମାସ ଧରି ସେଠାରେ ଚାଲିଆସୁଥିବା ବିକ୍ଷୋଭକୁ ଧ୍ୟାନରେ ରଖି ଚୀନ୍ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏପର୍ଯ୍ୟନ୍ତ କିନ୍ତୁ ଚୀନ୍ ସରକାର କ୍ୟାରି ଲାମ୍ ଏବଂ ହଂକଂ ପୁଲିସକୁ ସମର୍ଥନ ଦେଇଆସୁଛନ୍ତି । ତେବେ ସେଠାରେ ପରିସ୍ଥିତି ସ୍ୱାଭାବିକ କରିବା ପାଇଁ କମୁ୍ୟନିଷ୍ଟ ପାର୍ଟି ଦ୍ୱାରା ହଂକଂରେ ଲାମଙ୍କ ବଦଳରେ ଜଣେ ମଧ୍ୟବର୍ତ୍ତୀକାଳୀନ ସିଇଓ ନିଯୁକ୍ତ କରିବା ପାଇଁ ଚିନ୍ତା କରାଯାଉଛି । ହେଲେ ହଂକଂରେ ଆନେ୍ଦାଳନ ପ୍ରତ୍ୟାହାର ହେବା ପରେ ହିଁ ଏଭଳି ପଦକ୍ଷେପ ନିଆଯିବ ବୋଲି ସେଠାକାର ସରକାର ସୂଚନା ଦେଇଛନ୍ତି । ଆନେ୍ଦାଳନକାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ସରକାର ଏଭଳି ପଦକ୍ଷେପ ନେଲେ ବୋଲି ଧାରଣା ଯେପରି ସୃଷ୍ଟି ନହେବ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।


Comments are closed, but trackbacks and pingbacks are open.