ସିଏଏ, ଏନ୍ଆରସିର ପୁନର୍ବିଚାରଦାବି ଜଣାଇଲେ

Get real time updates directly on you device, subscribe now.

କୋଲକାତା:ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାକ୍ଷାତ କରିଛନ୍ତି । ରାଜଭବନରେ ଉଭୟ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ହୋଇଥିଲା । ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର) ନିଷ୍ପତ୍ତି ପୁନର୍ବିଚାର କରିବାକୁଦାବି ଜଣାଇଥିଲେ । ସିଏଏ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ସହ ମୁହାଁମୁହିଁ ହେବା ପରେ ମୋଦି ଓ ମମତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଆଲୋଚନା ।
ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଯେହେତୁ ବେଙ୍ଗଲକୁ ପ୍ରଧାନମନ୍ତ୍ରୀ ଆସିଛନ୍ତି ତେଣୁ ସୌଜନ୍ୟମୂଳକଦୃଷ୍ଟିରୁ ସେ ତାଙ୍କୁ ସାକ୍ଷାତ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଜଣାଇ ଦେଇଛନ୍ତି ଯେ ବେଙ୍ଗଲବାସୀ ସିଏଏ, ଏନ୍ଆରସି ଓ ଏନ୍ପିଆରକୁ ଆଦୌ ଗ୍ରହଣ କରିବେ ନାହିଁ । ତେଣୁ ଏହି ନିଷ୍ପତ୍ତିର ପୁନର୍ବିଚାର ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରାଜ୍ୟରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାରୁ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ତାଙ୍କୁଦିଲ୍ଲୀ ଡାକିଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କ ନିକଟରୁ ରାଜ୍ୟକୁ ୨୮ ହଜାର କୋଟି ଟଙ୍କା ମିଳିବାର ଅଛି ବୋଲି ମମତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏହି ସାକ୍ଷାତ ଅବସରରେ ଅବଗତ କରିଥିଲେ । ସେହି ଟଙ୍କା ମଧ୍ୟରୁ ୭ ହଜାର କୋଟି ଟଙ୍କା ‘ବୁଲ୍ବୁଲ୍’ ବାତ୍ୟା ସହାୟତା ବୋଲି ମମତା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ରାଜଭବନ ଠାରୁ ୫୦୦ ମିଟରଦୂରରେ ସିଏଏ ବିରୋଧରେ ତୃଣମୂଳ ଛାତ୍ର ପରିଷଦ ପକ୍ଷରୁ ଚାଲିଥିବା ଧାରଣାରେ ଯୋଗଦେଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସିଏଏ ବିଜ୍ଞପ୍ତି କେବଳ କାଗଜରେ ସୀମିତ । ଏହା ଆଦୌ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଆମେ ତାକୁ କୌଣସି ପ୍ରକାରେ ଲାଗୁ କରିବୁ ନାହିଁ ବୋଲି ସେ କହିଥିଲେ ।
ଦୁଇଦିନିଆ ବେଙ୍ଗଲ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ଜଗଦୀପ ଧନଖଡ, ରାଜ୍ୟ ପୌରବ୍ୟାପାର ମନ୍ତ୍ରୀ ପିରହାଦ ହକିମ୍, ରାଜ୍ୟ ବିଜେପି ସଭାପତିଦିଲ୍ଲୀପ ଘୋଷ ପ୍ରମୁଖ ସ୍ୱାଗତ ଜଣାଇଥିଲେ । ତେବେ ମୋଦିଙ୍କ ଗସ୍ତକୁ ସିଏଏ ବିରୋଧୀମାନେ ବିରୋଧ କରୁଥିବାରୁ ତାକୁଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୋଦିଙ୍କ ଗସ୍ତଦୃଷ୍ଟିରୁ କୋଲକାତାର ଐତିହାସିକ ହାୱଡା ବି୍ରଜ୍କୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ବିମାନବନ୍ଦରରୁ ମୋଦି ରାଜଭବନ ଯାଇଥିଲେ । ସେଠାରେ ବିଶ୍ରାମ ନେଇ ସେ ୫ଟା ୩୦ରେ ଓଲ୍ଡ କରେନ୍ସି ବିଲ୍ଡିଂରେ ପହଞ୍ଚôଥିଲେ । ସେଠାରେ ସେ ନିକଟରେ ନବୀକରଣ କରାଯାଇଥିବା ୪ଟି ଐତିହ ବିଲ୍ଡିଂ କରେନ୍ସି ବିଲ୍ଡିଂ, ବେଲ୍ଭେଡର ହାଉସ, ମେଟକାଫ ହାଉସ ଓ ଭିକ୍ଟୋରିଆ ମେମୋରିଆଲ ହଲ୍ର ଉଦ୍ଘାଟନ କରିଥିଲେ । ଏହା ପରେ ରାତି ୭ଟାରେ ସେ ହୁଗୁଳି ନଦୀକୂଳରେ ଅବସ୍ଥିତ ପ୍ରସିଦ୍ଧ ମିଲେନିୟମ ପାର୍କକୁ ଯାଇଥିଲେ । ସେଠାରେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଉତ୍ସବର ଉଦ୍ଘାଟନ କରିଥିଲେ । ଏହା ପରେ ସେ ବେଲୁର ମଠ ପରିଦର୍ଶନରେ ଯାଇଥିଲେ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜଭବନ ଫେରିଥିଲେ । ରାଜଭବନରେ ଯାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି (ରବିବାର) ପ୍ରଧାନମନ୍ତ୍ରୀ ନେତାଜୀ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ । ତା ପରେ ନୂଆଦିଲ୍ଲୀ ଫେରିଯିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons