ସିଏଏ, ଏନ୍ଆର୍ସି ନେଇ ଧର୍ମେନ୍ଦ୍ରଙ୍କ ମତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଂଗ୍ରେସ ଦଳ ଭାରତରେ ଉତ୍ତେଜନା ସୃଷ୍ଟି କରିବାର କାମ କରୁଛି । ଏନ୍ଆର୍ସି ଓ ସିଏଏ କ’ଣ, ଏ ବିଷୟରେ ଆମେ ଲୋକଙ୍କୁ ବୁଝାଇବୁ । ଏଥିପାଇଁ ଦେଶରେ ୩ କୋଟି ଲୋକଙ୍କ ଘରକୁ ଯିବ ବିଜେପି । ବ୍ୟାପକ ଜନଜାଗରଣ କରାଯିବ । କେନ୍ଦ୍ର ପେଟୋ୍ରଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, କଂଗ୍ରେସ ଲୋକଙ୍କୁ ଧୋକ୍କା ଦେଉଛି । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସୁଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ୍, ଖ୍ରୀଷ୍ଟିଆନ୍, ଜୈନ, ବୌଦ୍ଧ ଓ ପାର୍ସି ସଂପ୍ରଦାୟର ଲୋକ ଭାରତ ଆସିବେନି ତ ଯିବେ କୁଆଡେ଼? କଂଗ୍ରେସ ହିଂସାକୁ ଉସୁକାଇବାର କାମ କରୁଛି । ଲୋକେ ଏ କଳାକାରନାମାକୁ ବୁଝିବା ଆରମ୍ଭ କଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons