ଭୁବନେଶ୍ୱର: ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। କେନ୍ଦ୍ରରୁ ଆସୁଥିବା ପାଣ୍ଠିକୁ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ହେଲେ ସେଥିପାଇଁ ଆସୁଥିବା ଟଙ୍କା ଫେରିଯାଉଛି । ଯାହା ସରକାରଙ୍କ ଅପାରଗତାକୁ ସାମ୍ନାକୁ ଆଣୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି।
ପୂର୍ତ୍ତ ବିଭାଗରେ ଟଙ୍କା ଖର୍ଚ୍ଚ ହୋଇଥିବା ଦେଖାଇ ଆତ୍ମସାତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତତ୍କାଳୀନ ପୂର୍ତ୍ତ ବିଭାଗ ସଚିବ ନଳୀନକାନ୍ତ ପ୍ରଧାନଙ୍କୁ ଏଦିଗରେ ବ୍ୟବହାର କରିଥିଲେ ରାଜ୍ୟ ସରକାର। ଗୋଟେପଟେ ଫଣ୍ଡକୁ ଖର୍ଚ୍ଚ କରିପାରୁନଥିବା ସରକାର ୧୨ ହଜାର ୧୩୦ କୋଟି ଟଙ୍କା ଋ଼ଣରେ ଆଣିଛନ୍ତି। ଏହା କାହାଁ ସ୍ୱାର୍ଥ ପାଇଁ ବୋଲି ବିଜେପି ନେତ୍ରୀ ଅଭିଯୋଗ କରିଛନ୍ତି।
ଏହାସହ ଆଳୁ ମିଶନ୍ ରାଜ୍ୟ ସରକାରଙ୍କ ଫେଲ୍ ମାରିଥିବା ସେ ଅଭିଯୋଗ କରିଛନ୍ତି। ଦୁଇ ଦିନ ତଳେ ପ୍ରକାଶ ପାଇଥିବା ସିଏଜି ରିପୋର୍ଟରେ ଆଳୁ ମିଶନ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଥିଲା। ୨୦୧୫-୧୬ରେ ଆରମ୍ଭ ହୋଇଥିବା ଆଳୁ ମିଶନ ପାଇଁ ୫୦ କୋଟିର ବ୍ୟୟ ବରାଦ ହୋଇଥିବା ବେଳେ ମାତ୍ର ୪୮ ଦଶମିକ ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।
Comments are closed, but trackbacks and pingbacks are open.