ସିଏସ୍ଆର୍ ପାଇଁ ଆଦିତ୍ୟ ଆଲୁମିନିୟମ ପୁରସ୍କୃତ

Get real time updates directly on you device, subscribe now.

ଭୁବନେଶ୍ୱର,(ବୁ୍ୟରୋ): ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନି ଆଦିତ୍ୟ ଆଲୁମିନିୟମକୁ ଶ୍ରେÂ ସିଏସ୍ଆର୍ ବ୍ୟବସ୍ଥା ପ୍ରଚଳନକାରୀ କମ୍ପାନି ଭାବେ ପୁରସ୍କୃତ କରାଯାଇଛି । ଓଡ଼ିଶା ସିଏସ୍ଆର୍ ଫୋରମ୍ ପକ୍ଷରୁ ଆୟୋଜିତ ‘ସିଏସ୍ଆର୍-ଏଚ୍ଆର୍ କଲୋକ୍ୱିୟମ୍’ରେ ଏହି ସମ୍ମାନ ଦିଆଯାଇଛି । ହିଣ୍ଡାଲ୍କୋ ସମ୍ବଲପୁର କ୍ଲଷ୍ଟରର ସିଏସ୍ଆର୍ ମୁଖ୍ୟ ଏ ସତ୍ୟନାରାୟଣ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନିକଟରୁ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ଏ ଅବସରରେ ଆଲୁମିନିୟମ ବ୍ୟବସାୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ହିଣ୍ଡାଲ୍କୋ ହୀରାକୁଦ କମ୍ପେ୍ଲକ୍ସର କ୍ଲଷ୍ଟର ମୁଖ୍ୟ ରାଜେଶ ଗୁପ୍ତାଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସିଏସ୍ଆର୍ ଫୋରମ୍ର ମୁଖ୍ୟ ବି କେ ମିଶ୍ର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons