ଭୁବନେଶ୍ୱର,(ବି.ବି.ବୁ୍ୟରୋ): କର୍ପୋରେଟ୍ ସାମାଜିକ ଦାୟିତ୍ୱାବୋଧ (ସିଏସ୍ଆର୍)ର ସଦୁପଯୋଗ ଶିଳ୍ପସଂସ୍ଥାର ପାରିପାଶ୍ୱିର୍କ ଉନ୍ନତି ସହ ରାଜ୍ୟ ଅର୍ଥନୀତିକୁ ବିକାଶ ପଥରେ ଆଗେଇ ନେବ । ତେବେ ଏହି ପାଣ୍ଠିକୁ ବିନିଯୋଗ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ । ଏଥିପାଇଁ ଶିଳ୍ପସଂସ୍ଥା ଓ ଅନ୍ୟ ଅଂଶୀଦାରଙ୍କ ମଧ୍ୟ ସହଯୋଗ ଆବଶ୍ୟକ । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଶନିବାର ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଓଡ଼ିଶା ସିଏସ୍ଆର୍ ଫୋରମ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ସିଏସ୍ଆର୍-ଏଚ୍ଆର୍ କଲୋକ୍ୱିୟମ୍ ୨୦୧୯ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଚସ୍ପତି କହିଛନ୍ତି, ସିଏସ୍ଆର୍ ପାଣ୍ଠି ମାଧ୍ୟମରେ ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳରେ ଥିବା ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଓ ଆର୍ଥିକ ପ୍ରଗତି ଘଟିଥାଏ । କିନ୍ତୁ ଏହି ପାଣ୍ଠିର ସୁବିନିଯୋଗ ପାଇଁ ସବୁ ଅଂଶୀଦାରଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି ।
ଶ୍ରୀ ପାତ୍ର ପୁନଶ୍ଚ କହିଛନ୍ତି, ଶିଳ୍ପସଂସ୍ଥାଗୁଡ଼ିକ ଅଙ୍ଗାରକ ନିର୍ଗମନ ନିୟନ୍ତ୍ରଣ କଲେ ବିଶ୍ୱ ତାପାୟନ ଭଳି ସମସ୍ୟାରୁ ମୁକ୍ତି ମିଳିବ । ଏ ଅବସରରେ ସେ ଓଡ଼ିଶା ସିଏସ୍ଆର୍ ଫୋରମ୍ର ଏକ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ସିଏସ୍ଆର୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏ ଅବସରରେ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଓଡ଼ିଶା ସିଏସ୍ଆର୍ ଫୋରମ୍ ଆବାହକ ବି କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.