ସିକନ୍ଦରାବାଦ-ହାୱଡ଼ା ସ୍ପେଶାଲ୍ ଟ୍ରେନ୍ରେ ଶିଶୁ ଜନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୂର୍ବତଟ ରେଳପଥର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ସିକନ୍ଦରାବାଦ୍-ହାୱଡ଼ା ସ୍ପେଶାଲ୍ ଟ୍ରେନର ଏସ୍-୭ କୋଚ୍ରେ ଯାତ୍ରା କରୁଥିବା ସାଇରା ଫତିମାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଛି । ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍ରେ ଦିନ ୧୧ଟା ୩୦ରେ ଫତିମାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ତାଙ୍କଠାରୁ ଖବର ପାଇ ରେଳ ବିଭାଗର ଡାକ୍ତର ଓ ମେଡିକାଲ୍ ଟିମ୍ ଟ୍ରେନ୍ ପହଞ୍ଚିବା ପୂର୍ବରୁ ସଜାଗ ରହିଥିଲେ । ଟ୍ରେନ୍ଟିକୁ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ରଖି ମହିଳାଙ୍କର ପ୍ରସବ କରାଯାଇଥିଲା । ଫତିମା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ରେଳ ବିଭାଗ ଦ୍ୱାରା ଉଭୟ ମା’ ଓ ଶିଶୁ ପୁତ୍ରଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ନିଆଯାଇଥିଲା । ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି ବୋଲି ପୂର୍ବତଟ ରେଳପଥର ବରିÂ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons