ସିନ୍ସିନାଟି ମାଷ୍ଟର୍ସ: ଜୋକୋଭିକ୍ଙ୍କୁ ହରାଇ ଫାଇନାଲ୍ରେ ମେଡ୍ୱେଡ୍

Get real time updates directly on you device, subscribe now.

ସିନ୍ସିନାଟି: ଚଳିତ ଏଟିପି ସିନ୍ସିନାଟି ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ବିପର୍ଯ୍ୟୟ ଘଟାଇଛନ୍ତି ରୁଷିଆର ପ୍ରତିଭାବାନ ଖେଳାଳି ଡାନିଲ ମେଡ୍ୱେଡ୍ । ସେ ପୁରୁଷ ସିଙ୍ଗଲ୍ସ ସେମି ଫାଇନାଲ୍ରେ ବିଶ୍ୱର ଏକନମ୍ବର ଖେଳାଳି ନୋଭାକ ଜୋକୋଭିକ୍ଙ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ମେଡ୍ୱେଡ୍ ୩-୬, ୬-୩, ୬-୩ ସେଟ୍ରେ ଏହି ସର୍ବିୟା ତାରକାଙ୍କୁ ପରାସ୍ତ କରିଥିଲେ । ସେ ଫାଇନାଲ୍ରେ ବେଲଜିୟମର ଡେଭିଡ୍ ଗଫିନ୍ଙ୍କୁ ଭେଟିବେ । ଅନ୍ୟଏକ ସେମିରେ ଗଫିନ୍ ସିଧାସଳଖ ୬-୩, ୬-୪ ସେଟ୍ରେ ଫ୍ରାନ୍ସ ଖେଳାଳି ରିଚାର୍ଡ଼ ଗାସକ୍ୱେତଙ୍କୁ ପରାସ୍ତ କରିଥିଲେ ।
ପୁରୁଷ ସିଙ୍ଗଲ୍ସ ସେମି ଫାଇନାଲ୍ ମୁକାବିଲାରେ ଅନଭିଜ୍ଞ ମେଡ୍ୱେଡ୍ଙ୍କୁ ଭେଟିଥିଲେ ଜୋକୋଭିକ୍ । ସେ ସହଜରେ ମ୍ୟାଚ୍ ଜିତି ନେବା ନେଇ ଆକଳନ କରାଯାଉଥିଲା । କିନ୍ତୁ ମେଡ୍ୱେଡ୍ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରିଥିଲେ । ୧ ଘଣ୍ଟା ୪୩ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚ୍ର ପ୍ରଥମ ସେଟ୍ରେ ଜୋକୋଭିକ୍ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲେ । ଦ୍ୱିତୀୟ ସେଟ୍ରେ ମେଡ୍ୱେଡ୍ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସେଟ୍କୁ ସେ ୬-୩ରେ ଜିତି ସ୍ଥିତି ବରାବର କରିବା ପରେ ଆଉ ପଛକୁ ଚାହିଁନଥିଲେ । ପରବର୍ତ୍ତୀ ସେଟ୍ରେ ବି ନିଜ ଦବ୍ଦବା ଜାରି ରଖିଥିବାବେଳେ ଜୋକୋଭିକ୍ ସଂଘର୍ଷ କରିଥିଲେ । ମେଡ୍ୱେଡ୍ ତୃତୀୟ ସେଟ୍କୁ ୬-୩ରେ ଜିତି ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲେ ।
ମହିଳା ସିଙ୍ଗଲ୍ସରେ ରୁଷିଆର ସ୍ୱେତଲାନା କୁଜନେତ୍ସୋଭା ଓ ଆମେରିକାର ମାଡିସନ୍ କିଜ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସେମିରେ ମାଡିସନ୍ ସିଧାସଳଖ ୭-୫, ୬-୪ ସେଟ୍ରେ ସୋଫିଆ କେନିନ୍ଙ୍କୁ ପରାସ୍ତ କରିଥିବାବେଳେ କୁଜନେତ୍ସୋଭା ସିଧାସଳଖ ୬-୨, ୬-୪ ସେଟ୍ରେ ଅଷ୍ଟ୍ରେଲିଆ ତାରକା ଆସଲିଏ ବାର୍ଟିଙ୍କୁ ପରାସ୍ତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons