ସିବିଏସ୍ଇ ବଢ଼ାଇଲା ପରୀକ୍ଷା ଦେୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଦେୟ ବୃଦ୍ଧି କରିଛି । ଅନୁସୂଚିତ ଜାତି(ଏସ୍ସି) ଏବଂ ଅନୁସୂଚିତ ଜନଜାତି(ଏସ୍ଟି) ବର୍ଗର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଦେୟ ୨୪ ଗୁଣା ବୃଦ୍ଧି କରାଯାଇଛି । ସେମାନେ ପୂର୍ବରୁ ପରୀକ୍ଷା ଦେୟ ୫୦ଟଙ୍କା ଦେଉଥିବା ବେଳେ ଏଣିକି ସେମାନଙ୍କୁ ୧,୨୦୦ ଟଙ୍କା ପରୀକ୍ଷା ଦେୟ ପୈଠ କରିବାକୁ ହେବ । ଅନ୍ୟପକ୍ଷରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଦେୟକୁ ୨ ଗୁଣ ବୃଦ୍ଧି କରାଯାଇଛି । ସେମାନେ ପୂର୍ବରୁ ୭୫୦ ଟଙ୍କା ପୈଠ କରୁଥିବା ବେଳେ ଏଣିକି ୧୫୦୦ ଟଙ୍କା ପୈଠ କରିବାକୁ ହେବ । ସିବିଏସ୍ଇ ପକ୍ଷରୁ ଗତ ମାସରେ ଏକ ଅଧିସୂଚନା ଜାରି କରାଯାଇ ଏନେଇ ସୂଚିତ କରାଯାଇଥିଲା । ଏହା ବ୍ୟତୀତ ମାଇଗ୍ରେସନ୍ ଦେୟକୁ ମଧ୍ୟ ୧୫୦ ଟଙ୍କାରୁ ୩୦୦ ଟଙ୍କା ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons