ସିମୁଳିଆରୁ ବ୍ରାଉନ୍ସୁଗର ଜବତ, ପରିବା ବେପାରୀ ଗିରଫ

Get real time updates directly on you device, subscribe now.

ସିମୁଳିଆ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ପଞ୍ଚାୟତ ଅନ୍ତର୍ଗତ ହାଟମଇତାପୁର ଅଞ୍ଚଳରୁ ଶୁକ୍ରବାର ରାତିରେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଏଥିରେ ଜଡ଼ିତ ଥିବା ଅଭିଯୋଗରେ ସିମୁଳିଆ ଥାନା ପୁଲିସ ଜଣେ ପରିବା ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଉଛି ସ୍ଥାନୀୟ ଅଞ୍ଚଳର ଉପେନ୍ଦ୍ର ସୂତାର(୫୦) । ତା’ ପାଖରୁ ୧୫.୭୦ ମିଲିଗ୍ରାମ ବ୍ରାଉନସୁଗର ସହିତ ୧୪ ହଜାର ୨୭୦ ଟଙ୍କା ଜବତ ହୋଇଛି ।
ପୁଲିସ ସୂତ୍ରରୁ ପ୍ରକାଶ, ବାଲେଶ୍ୱର ଡିଏସ୍ପି ମନୋଜ କୁମାର ରାଉତ ଓ ସିମୁଳିଆ ଥାନା ଆଇଆଇସି ପର୍ଶୁରାମ ସାହୁ ଗତକାଲି ରାତିରେ ସଦଳବଳ ହାଟମଇତାପୁର ଅଞ୍ଚଳରେ ପହଞ୍ଚିଥିଲେ । କେହି କିଛି ବୁଝିବା ପୂର୍ବରୁ ହାଟମଇତାପୁରର ପରିବା ବ୍ୟବସାୟୀ ଉପେନ୍ଦ୍ରକୁ ପୁଲିସ କାବୁ କରି ନେଇଥିଲା । ବେଶ୍ କିଛି ସମୟ ପୁଲିସ ଛାନଭିନ କରି ତା’ ପାଖରୁ ୧୫.୭୦ ମିଲିଗ୍ରାମ ବ୍ରାଉନ ସୁଗର ଓ ୧୫ ହଜାର ୨୭୦ ଟଙ୍କା ଜବତ କରିଥିଲା । ଏନେଇ ସିମୁଳିଆ ଥାନା କେସ ନଂ. ୧୦/୨୦୨୦ରେ ମାମଲା ରୁଜୁ କରି ପୁଲିସ ଉପେନ୍ଦ୍ରକୁ ଆଜି କୋର୍ଟ ଚାଲାଣ କରିଛି । ପଚରାଉଚରା କରିବା ପରେ ଏହି ବ୍ରାଉନସୁଗର କାରବାର ଚେର ବହୁ ଦୂରକୁ ଲମ୍ବିଥିବା ପୁଲିସ ଜାଣିବାକୁ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons