ସିଲ୍‌ ହୋଇଥିବା ଅଞ୍ଚଳରେ ଫଳ, ପରିବା, ଗ୍ରୋସରୀ ପହଞ୍ଚାଉଛି ବିଏମସି

Get real time updates directly on you device, subscribe now.

ଭୁବନେଶ୍ୱର : କରୋନା ସଂକ୍ରମଣ ପରେ ଭୁବନେଶ୍ୱରର କିଛି ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଏହି ସମୟରେ ଉକ୍ତ ଅଞ୍ଚଳବାସୀଙ୍କୁ ଘରୁ ବାହାରିବାକୁ ବାରଣ କରାଯାଉଥିବା ବେଳେ ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଛି ବିଏମସି । ଭୁବନେଶ୍ୱରର ସୂର୍ୟ୍ୟନଗରରେ ଆଠ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ପୂରା ସିଲ୍ କରି ଦିଆଯାଇଛି। ଏହାପରେ ସେଠାକାର ଲୋକ ଯେପରି କୌଣସି ଅସୁବିଧା ନ ଭୋଗନ୍ତି ସେଠାକୁ ଗ୍ରୋସରୀ, ପରିବା ଓ ଗୋଟିଏ ଅଣ୍ଡା ୟୁନିଟ ପଠାଯାଇ ଆବଶ୍ୟକ ମୁତାବକ ସାମଗ୍ରୀ ଲୋକଙ୍କୁ ବଣ୍ଟନ କରାଯାଉଛି।ସେହିପରି ବମିଖାଲ କଣ୍ଟେନମେଣ୍ଟ ଏରିଆରେ ସମୁଦାୟ ୧୯ଜଣ କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ସେଠାରେ ପରିବା, ଗ୍ରୋସରୀ, କ୍ଷୀର ବ୍ୟତୀତ ବିଏମସି ପକ୍ଷରୁ ଫଳ ଓ ଅଣ୍ଡା ୟୁନିଟ ପଠାଯାଇ ବଣ୍ଟନ କାର୍ୟ୍ୟ କରାଯାଉଛି। ଆଜାଦ ନଗର ଓ ଯଦୁପୁର ଅଞ୍ଚଳରେ ବି କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ବିଏମସି ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ୍‌ କରାଯାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି। ଏସବୁ ଅଞ୍ଚଳ ସମେତ କପିଳ ପ୍ରସାଦ ଓ ମଧୁସୂଦନ ନଗର ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ବିଏମ୍‌ସି ପକ୍ଷରୁ ସେଠାରେ ବିଶୋଧୀକରଣ କାର୍ୟ୍ୟ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons