
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ବା ଏସବିଆଇର ମୁଖ୍ୟ କାର୍ୟ୍ୟାଳୟକୁ ସିଲ୍ କରାଯାଇଛି । କାର୍ୟ୍ୟାଳୟରୁ ୮ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ସୂଚନାନୁସାରେ, ରାଜ୍ୟରେ ହୁହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୩ ଦିନ ହେଲା ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ବିଏମସି ଅଞ୍ଚଳରୁ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରବିବାର ଏସବିଆଇ ମୁଖ୍ୟ କାର୍ୟ୍ୟାଳୟକୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ୨ ଦିନ ପାଇଁ ସିଲ୍ କରାଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.