ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରଖିବା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଜି ଦିଲ୍ଲୀରେ ଭେଟିଛନ୍ତି ବିଜେଡି ସାଂସଦ । ଶ୍ରୀମନ୍ଦିର ଟ୍ରଷ୍ଟର ୟେସ୍ ବ୍ୟାଙ୍କରେ ଥିବା ୫୪୫ କୋଟି ଟଙ୍କା ତୁରନ୍ତ ଟ୍ରଷ୍ଟକୁ ଫେରାଇବା ଦିଗରେ ନିଜେ ମନ୍ତ୍ରୀ ଓ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବାକୁ ବିଜେଡି ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି । ମହାପ୍ରଭୁଙ୍କର ଗୋଟିଏ ହେଲେ ଟଙ୍କା ବୁଡ଼ିବନି । ସମସ୍ତ ଅର୍ଥ ଫେରିପାଇବା ନେଇ ସୀତାରମଣ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ୟେସ୍ ବ୍ୟାଙ୍କରେ ମନ୍ଦିର ପ୍ରଶାସନର ଯେଉଁ ୫୪୪୫ କୋଟି ଟଙ୍କା ରହିଛି ତାହା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କ ଦାନ ଅର୍ଥ । ତେଣୁ କିଭଳି ଏ ଅର୍ଥ ମନ୍ଦିରକୁ ଫେରିପାରିବ ସେଦିଗରେ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଆମେ ଅନୁରୋଧ କରିଥିଲୁ । ଆମର ବିଶ୍ୱାସ ଟଙ୍କା ମନ୍ଦିର ପ୍ରଶାସନ ନିଶ୍ଚୟ ଫେରିପାଇବ । ଆମକୁ ମନ୍ତ୍ରୀ ଏ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ଆଚାର୍ଯ୍ୟଙ୍କ ସହ ସାଂସଦ ଅଚୁ୍ୟତ ସାମନ୍ତ, ଡ.ଅମର ପଣ୍ଟନାୟକ, ଡ.ସସ୍ମିତ ପାତ୍ର ମନ୍ତ୍ରୀ ସୀତାରମଣଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons