ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଦୀର୍ଘ ୨ମାସ ପରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଆରମ୍ଭ ହୋଇଛି । ହେଲେ ସ୍ଥିତି ସ୍ୱାଭାବିକ ହୋଇପାରିନାହିଁ । ଧିରେ ଧିରେ ସ୍ଥିତିରେ ସୁଧାର ଆସିବ । ଜୁନ୍ ୧ ସୁଦ୍ଧା ପରିସ୍ଥିତି ସ୍ୱାଭାବିକ ହେବା ନେଇ ଆଶାବାଦୀ ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଳକ୍ଡାଉନ୍ ଯୋଗୁ ଦୀର୍ଘ ୨ମାସରୁ ଉଦ୍ଧ୍ୱର୍ ସମୟ ହେଲା ବସ୍ଗୁଡିକରେ ଉପଯୁକ୍ତ କର୍ମଚାରୀ ନାହାନ୍ତି । ସେଥିପାଇଁ ସ୍ଥିତି ସ୍ୱାଭାବିକ ହୋଇ ପାରୁନାହିଁ । ଗାଡିଗୁଡିକ ଅଢେ଼ଇ ମାସ ଧରି ବନ୍ଦ ରହିବା ଯୋଗୁ ଯନ୍ତ୍ରାଂଶରେ ମଧ୍ୟ ସମସ୍ୟା ରହିଛି । ତେଣୁ ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେବ । ଯାତ୍ରା ସମୟରେ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ମନ୍ତ୍ରୀ । ଯାତ୍ରୀଙ୍କ ଶରୀର ତାପମାତ୍ରା ମାପିବା ପାଇଁ ସରକାର ଥର୍ମାଲ ସ୍କାନର ଯୋଗାିଦେବାକୁ କହିଛି ସଂଘ । ତେବେ ବସ୍ ଭଡ଼ା ପୂର୍ବରୁ ଯାହା ଥିଲା ତାହାଅପରିବର୍ତ୍ତିତ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଟ୍ରେନ୍ ତଥା ବିମାନ ଚଳାଚଳ ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ଯାତ୍ରା ନିମନ୍ତେ କିନ୍ତୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କଡ଼ାକଡ଼ି କରାଯାଇଛି । ସେହିପରି ବସ୍ରେ ଆସୁଥିବା ଯାତ୍ରୀଙ୍କ ପାଇଁ ସେପରି କୌଣସି ବ୍ୟବସ୍ଥା ହୋଇନାହିଁ । ଲୋକଙ୍କ ଭିଡ଼ ଦେଖି ଆବଶ୍ୟକ ହେଲେ ଆଗକୁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅପରପକ୍ଷେ ଯାତ୍ରା ସମୟରେ ଗହଳିକୁ ଏଡାଇବା ପାଇଁ ଆବଶ୍ୟକତା ଥିଲେ ହିଁ ବସ୍ରେ ଯିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
Comments are closed, but trackbacks and pingbacks are open.