ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ସୁନପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳିକାକୁ ବଳାକ୍ରାର ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ବୁଧବାର ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦୁଇ ଅଭିଯୁକ୍ତ ହେଲେ ସୁନପୁର ଗ୍ରାମର ଜନାର୍ଦ୍ଧନ ବେହେରା ଓ ଆରୁଆ ସୁନାପୁର ଗ୍ରାମର ମିଥୁନ ଦାସ । ସେମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି । ଘଟଣାରେ ସମ୍ପୃକ୍ତି ସନେ୍ଦହରେ ଆଉ ୨ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି । ମାଜିଷ୍ଟେ୍ରଟ୍୍ଙ୍କ ସାମନାରେ ପୀଡ଼ିତାଙ୍କ ବୟାନ ଆଧାରରେ ଗିରଫଦାରୀ କରାଯାଇଛି । ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଯାଞ୍ଚରୁ ଅଧିକ କିଛି ତଥ୍ୟ ହାସଲ ହେଲେ ସେହି ମୁତାବକ ପରବର୍ତ୍ତୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ନାବାଳିକା ଏବେ ସୁସ୍ଥ ଅଛନ୍ତି ବୋଲି ମଧ୍ୟ କହିଛନ୍ତି ଏସ୍ପି । ଦୁଇ ଅଭିଯୁକ୍ତ ବ୍ରହ୍ମପୁର ନିକଟ ଏକ କଲେଜର ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ର ।
ସାମ୍ବାଦିକ ସମ୍ମିଳନୀରେ ଏସ୍ପି କହିଛନ୍ତି ଯେ- ଗତ ୧୦ ତାରିଖ ପ୍ରାୟ ୧୧ଟା ବେଳେ ନାବାଳିକା ଗାଁ ନିକଟ ବାହୁଦା ନଦୀକୁ ଗାଧୋଇବାକୁ ଯାଇ ଫେରି ନଥିଲେ । ୧୧ ତାରିଖ ସନ୍ଧ୍ୟା ୬ଟାରେ ସେ ଘରକୁ ଫେରିଥିଲେ । ଜନାର୍ଦ୍ଧନ ବେହେରା ପ୍ରଥମେ ତାଙ୍କ ପ୍ରତି ଅସଦାଚରଣ କରିଥିଲା । ବିରୋଧ କରିବାକୁ ଜନାର୍ଦ୍ଧନ ଓ ଆଉ ୨ ଜଣ ଯୁବକ ତାଙ୍କ ପାଟିରେ ଚୁନ୍ରି ଦେଇ ବଳପୂର୍ବକ ନିକଟସ୍ଥ ଏକ ଜରାଜୀର୍ଣ୍ଣ ଘରକୁ ନେଇ ଯାଇଥିଲେ । ସମସ୍ତେ ବଳାକ୍ରାର କରିବା ପରେ ନାବାଳିକା ଚେତାଶୂନ୍ୟ ହୋଇ ଯାଇଥିଲେ । ପରଦିନ ସନ୍ଧ୍ୟା ବେଳକୁ ଚେତା ଫେରିବା ପରେ ନାବାଳିକା ଘରକୁ ଫେରିଥିଲେ । ଏ ନେଇ ତାଙ୍କ ମାମୁ ସୁନାପୁର ଗ୍ରାମର ଲକ୍ଷ୍ମୀଧର ବେହେରା ୧୨ ତାରିଖ ସନ୍ଧ୍ୟାରେ ଅଭିଯୋଗ କରିଥିଲେ । ସେହି ଅନୁସାରେ ସାମୁଦ୍ରିକ ଥାନା ପୁଲିସ କେସ୍ ନମ୍ବର ୧/୨୦୨୦ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଡାକ୍ତରଖାନାରେ ଚିକିତ୍ସା ପରେ ନାବାଳିକାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । ମଙ୍ଗଳବାର ମାଜିଷ୍ଟେ୍ରଟ୍ଙ୍କ ସାମନାରେ ପୀଡ଼ିତାଙ୍କ ବୟାନ ଧାରା-୧୬୪ ଅନ୍ତର୍ଗତ ରେକର୍ଡ କରାଯାଇ ଥିଲା । ସେତେବେଳେ କିନ୍ତୁ ନାବାଳିକାଙ୍କ ବୟାନରେ କିଛିଟା ଭିନ୍ନତା ପରିଲକ୍ଷିତ ହୋଇଥିଲା । ୧୦ ତାରିଖ ପୂର୍ବାହ୍ଣ ୧୦ଟାରେ ସେ ନଦୀକୁ ଯାଉଥିବା ବେଳେ ଜନାର୍ଦ୍ଧନ ବେହେରା ସମେତ ମିଥୁନ ଦାସ ତାକୁ ଜୋରଜବରଦସ୍ତ ନିକଟସ୍ଥ ବୁଦାକୁ ନେଇ ହାତକୁ ବାନ୍ଧି ଦେବା ସହ ମୁହଁରେ ଚୁନରି ବାନ୍ଧି ଦେଇଥିଲେ । ପରେ ଦୁହେଁ ନାବାଳିକାଙ୍କୁ କିଛି ପିଇବାକୁ ଦେଇଥିଲେ ଯାହାକୁ ପିଇ ନାବାଳିକା ଚେତା ହରାଇ ବସିଥିଲେ । ଯେତେବେଳେ ତାଙ୍କ ଚେତା ଫେରିଲା ସେତେବେଳେ ସେ ଗାଁ ନିକଟ ପୋଲ ପାଖରେ ନିଜକୁ ପାଇଥିଲେ । ନିଜ ଛାତି ଓ ସମ୍ବେଦନଶୀଳ ଅଙ୍ଗରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲେ ବୋଲି ମାଜିଷ୍ଟେ୍ରଟ୍ଙ୍କ ଆଗରେ ବୟାନ ଦେଇଥିଲେ ନାବାଳିକା । ପରେ ତାଙ୍କୁ ପରିବାର ଲୋକ ଡାକ୍ତରଖାନା ନେଇଥିଲେ ।
ନାବାଳିକାଙ୍କ ମାମୁ ଦେଇଥିବା ଏଫ୍ଆଇଆର୍ ସହ ସିଆର୍ପିସି ଧାରା- ୧୬୪ ଅନ୍ତର୍ଗତ ପୀଡ଼ିତା ଦେଇଥିବା ବୟାନ ମଧ୍ୟରେ କିଛିଟା ତାଳମେଳ ନଥିବା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଏସ୍ପି । ଯଦିଓ ମାମଲାର ସମ୍ବେଦନଶୀଳତା ଦୃଷ୍ଟିରୁ ପୀଡ଼ିତାଙ୍କ ବୟାନ ବାବଦରେ ଏସ୍ପି ବିଶେଷ କିଛି କହିବାକୁ ମନା କରି ଦେଇଛନ୍ତି, ତେବେ ବୟାନ ଆଧାରରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ସ୍ପଷ୍ଟ କରିଛନ୍ତି । ଘଟଣାର ଅନ୍ୟାନ୍ୟ ଦିଗ ଯଥା ନାବାଳିକା ଘରୁ ବାହାରିବା ଠାରୁ ଫେରିବା ପର୍ଯ୍ୟନ୍ତ କେଉଁଠି ଓ କେମିତି ଅବସ୍ଥାରେ ଥିଲେ, ସେ ଘରକୁ କିଭଳି ଫେରିଲେ, ଅଭିଯୁକ୍ତମାନଙ୍କ ସହ ତାଙ୍କର କଣ ସମ୍ପର୍କ ବା ପରିଚୟ ଥିଲା, ଘଟଣାରେ ମୋଟ କେତେଜଣ ଓ କିଭଳି ସମ୍ପୃକ୍ତ ଏ ସବୁ ବାବଦରେ ତଦନ୍ତ ଚଳାଇଛି ପୁଲିସ । ଯାଞ୍ଚ କାର୍ଯ୍ୟ ପ୍ରାଥମିକ ପର୍ଯ୍ୟାୟରେ ଥିବାରୁ ଏ ବାବଦରେ କିଛି କହିବା ସମ୍ଭବ ନୁହେଁ । ପୁଣି ପୀଡ଼ିତାଙ୍କ ଡାକ୍ତରୀ ଯାଞ୍ଚ ରିପୋର୍ଟ ପୁଲିସର ହସ୍ତଗତ ହେବା ମଧ୍ୟ ବାକି ଅଛି । ସେହିପରି ସମ୍ପୃକ୍ତି ସନେ୍ଦହରେ ଅଟକ ଅନ୍ୟ ୨ ଜଣଙ୍କ ବାବଦରେ ମଧ୍ୟ ଅଧିକ ତନାଘନା ଚଳାଇଛି ପୁଲିସ । ନାବାଳିକାଙ୍କ ଜବତ ପୋଷାକ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଏଣୁ ପରବର୍ତ୍ତୀ ସମୟରେ ତଦନ୍ତରୁ ଯେଉଁ ସବୁ ତଥ୍ୟ ହସ୍ତଗତ ହେବ ତାହାରି ଆଧାରରେ ପୁଲିସ ଯାଞ୍ଚକୁ ଆଗେଇ ନେବ ଓ ପଦଯେକ୍ଷପ ଗ୍ରହଣ କରିବ ବୋଲି ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।
Comments are closed, but trackbacks and pingbacks are open.