ସୁନା ଦୋକାନୀଙ୍କୁ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣ

Get real time updates directly on you device, subscribe now.

ସାନଖେମୁଣ୍ଡି: ଦିଗପହଣ୍ଡି ଜନତାଲେନରେ ରହିଥିବା ସୁନା ଦୋକାନ ମାଲିକ ମଧୁସୂଦନ ପାତ୍ର ଉପରେ କଳାମୁଖା ଦୁର୍ବୃତ୍ତଙ୍କ ଆକ୍ରମଣ। । ଆକ୍ରମଣ କରି ଦୁଇ ଜଣ ଦୁର୍ବୁତ୍ତ ବାଇକ ଯୋଗେ ଫେରାର ହୋଇଯାଇଛନ୍ତି। ପ୍ରଥମେ ମଧୁସୂଦନ ଉପରେ ହାତ ତିଆରି ବୋମା ଫିଙ୍ଗିଥିଲେ ପରେ ମାରଣା ଅସ୍ତ୍ରରେ ଆକ୍ରମଣ କରିଥିଲେ। ପୁଅଙ୍କୁ ସୁରକ୍ଷା ଦେବାକୁ ଯାଇ ବାପା ଦେବେନ୍ଦ୍ର ପାତ୍ର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।। ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଅରମ୍ଭ କରିଛି।। ଆହତଙ୍କୁ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons