ରଣପୁର,(ବି.ବି.ନୁ୍ୟଜ୍): ଏନ୍ଏସି ଅନ୍ତର୍ଗତ ପାଇକସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟିତ ହୋଇଛି । ଡକାୟତମାନେ ନିଶା ପଦାର୍ଥ ସ୍ପେ୍ର କରି ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ସମେତ ନଗଦ ୨.୮୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ବୁଧବାର ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, ପାଇକସାହିର ସତ୍ୟନାରାୟଣ ସାହୁଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଡ଼ିପଟ ଗ୍ରୀଲ ଭାଙ୍ଗି ଡକାୟତମାନେ ପ୍ରବେଶ କରିଥିଲେ । ସେତେବେଳକୁ ସତ୍ୟ ନାରାୟଣଙ୍କ ପରିବାର ନିଘୋଡ଼ ନିଦରେ ଶୋଇଥିଲେ । ଡକାୟତମାନେ ଘର ଭିତରେ ପଶି ଶୋଇଥିବା ସମସ୍ତ ସଦସ୍ୟଙ୍କ ରୁମ୍ରେ କୌଣସି ଏକ ନିଶା ପଦାର୍ଥ ସ୍ପେ୍ର କରିଥିଲେ । ଘରର ସଦସ୍ୟମାନେ ଅଚେତ ଅବସ୍ଥା ଭଳି ଗାଢ଼ ନିଦରେ ଶୋଇ ପଡ଼ିଥିଲେ । ଡକାୟତମାନେ ସମସ୍ତଙ୍କୁ ବାହାର ପଟୁ ତାଲା ପକାଇ ଦେଇଥିଲେ । ଦାଣ୍ଡ ଘର ପାଖକୁ ଲାଗି ରହିଥିବା ଏକ କୋଠରୀର ତାଲା ଭାଙ୍ଗି ଆଲମାରୀରେ ଥିବା ୧୨୦ ଗ୍ରାମ ସୁନା, ୫୦୦ ଗ୍ରାମ ରୁପା ଓ ନଗଦ ୨ ଲକ୍ଷ ୮୫ ହଜାର ଟଙ୍କା ଲୁଟି ନେଇଥିଲେ ।
ଘର ଲୋକଙ୍କ ନିଦ ସକାଳ ସାଢେ଼ ୬ ଟା ବେଳକୁ ଭାଙ୍ଗି ଥିଲା । କବାଟ ବାହାରୁ ବନ୍ଦ ହୋଇଥିବା ଜାଣିବା ପରେ ମୋବାଇଲ ଯୋଗେ ପଡେ଼ାଶୀଙ୍କୁ ଡାକି ତାଲା ଭାଙ୍ଗି ଥିଲେ । ଡକାୟତି ସମ୍ପର୍କରେ ତୁରନ୍ତ ଥାନାରେ ଜଣାଇଥିଲେ । ଖବର ପାଇ ଆଇଆଇସି ରଶ୍ମି ରଞ୍ଜନ ଦାଶ, ସେକେଣ୍ଡ ଅଫିସର ପ୍ରୀତି ପ୍ରକାଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚô ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ । ହେଲେ ଡକାୟତଙ୍କ ସମ୍ପର୍କରେ କିଛି ବି ସୁରାକ ପାଇ ନଥିଲେ ।
Comments are closed, but trackbacks and pingbacks are open.