ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି(ମଙ୍ଗଳବାର) ସୁନ୍ଦରଗଡ଼ ଗସ୍ତରେ ଯିବେ । ଏ ଗସ୍ତ ପୂର୍ବରୁ ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁ୍ୟଓଡିସି)କୁ ବାର୍ଷିକ ଅନୁଦାନ ଆକାରରେ ମିଳିବ ଦୁଇଗୁଣ ଅର୍ଥ । ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ବିକାଶ ପାଇଁ ସରକାର ୧୦୦ କୋଟି ବଦଳରେ ଦେବେ ୨୦୦ କୋଟି । କେବଳ ସେତିକି ନୁହେଁ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ସହ ଆଠମଲ୍ଲିକରେ ଡବ୍ଲୁ୍ୟଓଡିସିର ଅଫିସ୍ ଖୋଲିବ । ଆଜି ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରଷଦ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏ ଅବସରରେ ସେ ଡବ୍ଲ୍ୟଓଡିସିର ବାର୍ଷିକ ଅନୁଦାନ ଦୁଇ ଗୁଣ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏହାସହ ଯୁବକ ଯୁବତୀମାନଙ୍କୁ ଯେପରି ଅଧିକ ରୋଜଗାର ମିଳିବ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଦୀର୍ଘଦିନ ହେବ ଡବ୍ଲ୍ୟଓଡିସିର ମୁଖ୍ୟାଳୟ ଏ ଅଞ୍ଚଳରେ କରିବାକୁ ଦାବି ହେଉଥିଲା । ମୁଖ୍ୟମନ୍ତ୍ରୀ ଏହାକୁ ଅଧିକ ତୃଣମୂଳସ୍ତରକୁ ଯାଇ ଡବ୍ଲୁ୍ୟଓଡିସି ଅନ୍ତର୍ଗତ ୧୦ ଜିଲ୍ଲା ସହ ଆଠମଲ୍ଲିକରେ ଅଫିସ୍ ଖୋଲିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବହୁ ବୃହତ୍ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ଡବ୍ଲୁ୍ୟଓଡିସି ପଦକ୍ଷେପ ନେବା ଉପରେ ନବୀନ ଜୋର ଦେଇଛନ୍ତି । ବିଜୁ ଏକ୍ସପ୍ରେସ୍ ୱେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଭଳି ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ତ୍ୱରିତ ଶେଷ ହେଲେ ଏହା ଏ ଅଞ୍ଚଳର ବିକାଶରେ କାୟାକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି । ବୈଠକରେ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଯୋଗଦେଇ ପରିଷଦର କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସଂପର୍କରେ ଅବଗତ କରାଇଥିଲେ । ଡବ୍ଲୁ୍ୟଓଡିସି ପକ୍ଷରୁ ସଡ଼କ ନିର୍ମାଣ, ଶିକ୍ଷା ଭିତ୍ତିଭୂମି ଓ ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଗାମୀ ଦିନରେ ପନିପରିବା ଚାଷ, ଡାଲିଜାତୀୟ ଫସଲ ଓ ତୈଳବୀଜ, ଫୁଲ ଚାଷ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାରେ ଅଧିକ ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ପରିଷଦ କାର୍ଯ୍ୟକ୍ରମ ହାତକୁ ନେବ ।
ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ, ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଅର୍ଥନୈତିକ ସମ୍ଭାବନା ଥିବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ସୁବିଧା ସୃଷ୍ଟି କରାଯିବ । ସମ୍ବଲପୁର, ବରଗଡ଼ ଓ ସୋନପୁରରେ ଧାନ ଓ ଧାନରୁ ଉପôାଦିତ ପଦାର୍ଥର ବିନିଯୋଗ ପାଇଁ ଭିତ୍ତିଭୂମି, ବଲାଙ୍ଗୀରରେ କୁକୁଡ଼ା ଓ ଅଣ୍ଡାଚାଷ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । କଳାହାଣ୍ଡିରେ ମାଛ ଚାଷ, ବୌଦ୍ଧ ଓ ସୋନପୁରରେ ଗୋପାଳନ, ଦୁଗ୍ଧ ଉପôାଦନ ସହ ହସ୍ତତନ୍ତ କ୍ଲଷ୍ଟରର ବିକାଶ ପାଇଁ ସୁଯୋଗ ଥିବାରୁ ପଦକ୍ଷେପ ହାତକୁ ନିଆଯିବ । ଏ ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ଉପôାଦନ କମିଶନର ଆର କେ ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଯାଇ ୪ହଜାର ୮ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବହୁ ପ୍ରକଳ୍ପର ଉଦ୍ଘାଟନ କରିବେ । ରାଉରକେଲା ବିପିୟୁଟି ପରିସରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେଠାରୁ ସବୁ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସହ ସାଧାରଣ ସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଏ ଗସ୍ତ ବେଳେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ ସହ ୧୭ ବ୍ଳକରେ ୧୭ଟି ଆଷ୍ଟେ୍ରା ଟର୍ଫର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଡବ୍ଲୁ୍ୟଓଡିସିର ବାର୍ଷିକ ଅନୁଦାନକୁ ଦି’ଗୁଣା କରିବା ସହ ଜିଲ୍ଲାରେ ଅଫିସ୍ ଖୋଲିବାର ଘୋଷଣା କରି ଖେଳିଛନ୍ତି ମାଷ୍ଟରଷ୍ଟେ୍ରାକ୍ । ରାଜନୈତିକ ଦୃଷ୍ଟିକୋଣରୁ ଏ ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା ।
Comments are closed, but trackbacks and pingbacks are open.