ସୁନ୍ଦରୀକୁ ଭଲରେ ରଖିଥାଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁନ୍ଦରୀ ବାଘୁଣୀକୁ ଭଲରେ ରଖିଥାଅ । କାହ୍ନା, ବାନ୍ଧବଗଡ଼ ଓ ପେଞ୍ଚ୍ ଟାଇଗର ସଫାରି ନିର୍ମାଣ ଚାଲିଛି । ନିର୍ମାଣ ସରିବା ପରେ ସୁନ୍ଦରୀକୁ କାହ୍ନା ସଫାରିକୁ ନିଆଯିବ । ସେ ପର୍ଯ୍ୟନ୍ତ ସୁନ୍ଦରୀକୁ ଭଲ ଭାବେ ଦେଖାରଖା କରି ରଖିବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ହିନ୍ଦିରେ ୨ ପୃÂା ସମ୍ବଳିତ ଏହି ଚିଠିରେ ଶିବରାଜ ଲେଖିଛନ୍ତି, ଦେଶରେ ବ୍ୟାଘ୍ର ସଂରକ୍ଷଣକୁ ଦୃଢ଼ ସ୍ଥିତିରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସାତକୋଶିଆ ଟାଇଗର ରିଜର୍ଭରେ ବାଘ ପୁନର୍ବାସ ଯୋଜନା ହାତକୁ ନିଆଯାଇଥିଲା । ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ମଧ୍ୟପ୍ରଦେଶ ସରକାର ୨୦୧୮ ମସିହାରେ ଓଡ଼ିଶାକୁ ଏକ ବାଘ ଯୋଡ଼ି ପ୍ରଦାନ କରିଥିଲେ । ଦୁର୍ଭାଗ୍ୟବଶତଃ ସାତକୋଶିଆ ଜଙ୍ଗଲ ଭିତରେ ଅଣ୍ଡିରା ବାଘର ମୃତୁ୍ୟ ଘଟିଥିଲା । ମାଈ ବାଘ ସୁନ୍ଦରୀ ମଣିଷ ମାରିବା ଯୋଗୁ ତାକୁ ୨୦୧୮ ମସିହା ନଭେମ୍ବର ମାସରୁ ଏକ ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ରଖାଯାଇଛି । ଗଣମାଧ୍ୟମରୁ ସୂଚନା ମିଳିଛି ଯେ ଉକ୍ତ ଏନ୍କ୍ଲୋଜରରେ ସୁନ୍ଦରୀର ଦେଖାରଖା ଜୀବ ସଂରକ୍ଷଣ ପାଇଁ ଅନୁକୂଳ ନୁହେଁ । ଫଳରେ ସୁନ୍ଦରୀର ଜଙ୍ଗଲି ସ୍ୱଭାବରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି ।
୨୦୨୦ ମସିହା ଜାନୁଆରୀ ମାସରେ ଓଡ଼ିଶା ଓ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣଙ୍କ ଅନୁରୋଧକ୍ରମେ ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ଦେଖିବା ଲାଗି ଏକ ବିଶେଷଜ୍ଞ ଦଳ ପଠାଇଥିଲେ । ସେଠାରେ ଅପେକ୍ଷାକୃତ କ୍ଷୁଦ୍ର ଏନକ୍ଲୋଜର ଭିତରେ ରହି ସୁନ୍ଦରୀର ଆଚରଣ ପରିବର୍ତ୍ତନ ହୋଇଥିବା ଦେଖିବାକୁ ପାଇଥିଲେ । ଏଭଳି ଅବସ୍ଥାରେ ସୁନ୍ଦରୀକୁ ପୁଣି ମଧ୍ୟପ୍ରଦେଶକୁ ସ୍ଥାନାନ୍ତର କରି ସେଠାରେ ଖୋଲା ଜଙ୍ଗଲରେ ଛାଡ଼ିବା ବିପଦଜନକ ବୋଲି ମତ ଦେଇଥିଲେ । ଏଥିପାଇଁ ସୁନ୍ଦରୀକୁ ଏକ ବଡ଼ ଆକାରର ଏନକ୍ଲୋଜରରେ ଭିତରେ ରଖିବା ଉପଯୁକ୍ତ ବିକଳ୍ପ ବୋଲି ଜଣାଇଥିଲେ । ଏପଟେ କାହ୍ନା ଟାଇଗର ରିଜର୍ଭ ସମେତ ଅନ୍ୟ ୨ଟି ବ୍ୟାଘ୍ର ପ୍ରକଳ୍ପରେ ଟାଇଗର ସଫାରି ନିର୍ମାଣ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ସରିବା ପରେ ସୁନ୍ଦରୀକୁ ସ୍ଥାନାନ୍ତର କରାଯିବ । ସେ ପର୍ଯ୍ୟନ୍ତ ସୁନ୍ଦରୀର ତଦାରଖ ଭଲ ଭାବେ କରିବାକୁ ସମୁଚିତ ନିଦେ୍ର୍ଧଶନାମା ଜାରି କରିବାକୁ ଶିବରାଜ ନବୀନଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons