ସୁପର୍ହିରୋ ହେବାକୁ ଚାହାନ୍ତି ‘ବଦ୍ଲା’ ଗର୍ଲ ତାପସୀ ପନ୍ନୁ । ହଲିଉଡ୍ ନୁହେଁ, ଭାରତୀୟ ସୁପର୍ହିରୋ ଫିଲ୍ମରେ ଏହି ଭୂମିକା ପ୍ଲେ କରିବାକୁ ସେ ବେଶ ଇଚ୍ଛୁକ । ମାର୍ଭଲ ସିନେମାଟିକ୍ ୟୁନିଭର୍ସର ‘ଆଭେଞ୍ଜର୍ସ’ ଫିଲ୍ମରେ କାମ କରିବାକୁ ଚାହୁଁଥିବା ସେ କହିଛନ୍ତି । ମାର୍ଭଲ ଷ୍ଟୁଡିଓର ଏ ପ୍ରକାର ଫିଲ୍ମ ସହ ସେ ବ୍ୟକ୍ତିଗତ ଭାବେ ଜଡ଼ିତ । ତେଣୁ ସିନେ କ୍ୟାରିଅର୍ରେ ଦିନେ ସୁପର୍ହିରୋ ଭୂମିକାରେ ଅଭିନୟର ସୁଯୋଗ ମିଳିବ ବୋଲି ସେ ଆଶା ବାନ୍ଧିଛନ୍ତି । ସୁପର୍ହିରୋ ଏଭଳି ଏକମାତ୍ର ଚରିତ୍ର, ଯାହାକୁ କେବେ ପରଦାରେ ପ୍ଲେ କରିବାର ସୁଯୋଗ ତାପସୀ ପାଇନାହାନ୍ତି । ତେଣୁ ଚରିତ୍ରରେ ସେ ପରିବର୍ତ୍ତନ ଚାହୁଁଛନ୍ତି । ତାଙ୍କ ଅଭିନୀତ ‘ବଦ୍ଲା’ ସହିତ ‘କ୍ୟାପଟେନ୍ ମାର୍ଭଲ୍’ ମୁକ୍ତିଲାଭ କରିଥିଲା । ଫିଲ୍ମର ଟ୍ରେଲର ଦେଖିବା ପରେ ତାପସୀ ନିଜ ଭଉଣୀଙ୍କୁ କହିଥିଲେ ଯେ ଏହି ଫିଲ୍ମରେ ମୁଁ ଅଭିନୟ କରିବାର ଥିଲା । ରୋବର୍ଟ ଡାଉନି ଜୁନିଅର୍ଙ୍କ ଅଭିନୀତ ଆଇରନ୍ ମ୍ୟାନ୍ ଚରିତ୍ର ପ୍ରତି ତାଙ୍କର ବେଶ ଦୁର୍ବଳତା ରହିଛି । ନିକଟରେ ମୁକ୍ତିଲାଭ କରିଥିବା ଆୟୁଷ୍ମାନ ଖୁରାନାଙ୍କ ‘ଆର୍ଟିକଲ୍-୧୫’ରେ ଆୟୁଷ୍ମାନଙ୍କ ଭୂମିକା ପ୍ଲେ କରିବାକୁ ମଧ୍ୟ ଇଚ୍ଛା ଥିବା ତାପସୀ କହିଛନ୍ତି । ଅନୁଭବ ସିହ୍ନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ‘ମୁଲ୍କ’ରେ ତାପସୀ ତାଙ୍କ ସହ କାମ କରିଛନ୍ତି । ତେବେ ପୁଣି ଥରେ ସେ ଅନୁଭବଙ୍କ ସହ ଯୋଡ଼ି ହୋଇଛନ୍ତି ଆଉ ଏକ ପ୍ରୋଜେକ୍ଟରେ, ଯାହାର ଟାଇଟଲ୍ ଘୋଷଣା ହୋଇନାହିଁ । ଆସନ୍ତା ସେପ୍ଟେମ୍ବରରେ ଏଇଟି ଫ୍ଲୋର୍କୁ ଓହ୍ଲାଇବ । ଅନ୍ୟ ଫିଲ୍ମ ତୁଳନାରେ ଏଥିରେ ତାଙ୍କ ଚରିତ୍ର ସମ୍ପୂଣ୍ଣ ର୍ ଭିନ୍ନ ବୋଲି ସେ କହନ୍ତି । ଚଳିତ ବର୍ଷ ତାଙ୍କର ଦୁଇଟି ଫିଲ୍ମ ‘ମିସନ୍ ମଙ୍ଗଲ’ ଓ ‘ସାଫ କି ଆଁଖ’ ମୁକ୍ତିଲାଭ କରିବ । ଏକ ତାମିଲ ଆକ୍ସନ୍ ଥ୍ରିଲର୍ରେ ମଧ୍ୟ ସେ କାମ କରୁଛନ୍ତି ।
Comments are closed, but trackbacks and pingbacks are open.