ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁଶେଷରେ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ସୁପି୍ରମକୋର୍ଟଙ୍କ ରାୟ ପରେ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପଟେ ପୁରୀରେ ରଥଯାତ୍ରା ହେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ , ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟଙ୍କୁ ରାଜ୍ୟ ବିଜେପି କୃତଜ୍ଞତା ଜଣାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଚଳିତ ବର୍ଷ ରଥଯାତ୍ରା କରିବା ନିମନ୍ତେ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଆନ୍ତରିକତା ଓ ସବୁଦିଗକୁ ସୁପି୍ରମକୋର୍ଟ ବିଚାର କରିବା ନିଶ୍ଚିତ ଭାବେ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସାଢେ଼ ୪କୋଟି ଓଡ଼ିଆଙ୍କୁ ଖୁସି ଦେଇଛି୧ ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଚ୍ଛା ଥିଲା । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ରଥଯାତ୍ରା ପରମ୍ପରା ଶତାଦ୍ଧୀ ଶତାଦ୍ଧୀ ଚାଲି ଆସିଛି । ଏହି ଯାତ୍ରା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡିତ ରହିଛି । ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମହାପ୍ରଭୁଙ୍କ ନୀତିକାନ୍ତି ତଥା ରଥଯାତ୍ରା ସଂପର୍କରେ ଗଜପତି ମହାରାଜାଙ୍କ ସହ ଆଲୋଚନା କରିଥିଲେ । ସେହିପରି କେନ୍ଦ୍ର ସରକାର ମଧ୍ୟ ବଳିÂ ଯୁକ୍ତି ବାଢ଼ି ରଥଯାତ୍ରା କରାଇବା ଲାଗି ସୁପ୍ରିମକୋର୍ଟଙ୍କ ଆଗରେ ନିବେଦନ କରିଥିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ମଧ୍ୟ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ଆଜି ସକାଳେ ଏକ ବୟାନ ଜାରି କରି ଶ୍ରୀ ମହାନ୍ତି କହିଥିଲେଯେ, ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶେଷ ଭୂମିକା ରହିଛି । ଏ ଦୁଇ ଆସ୍ଥା କେନ୍ଦ୍ରର ଯେଉଁ ଅନୁରୋଧ ଓ ଅପେକ୍ଷା ।ରଖୁଛନ୍ତି ତାକୁ ରାଜ୍ୟ ସରକାର ପାଳନ କରନ୍ତୁ । ସମସ୍ତ ପ୍ରକାର କୋଭିଡ-୧୯ ନିୟମକୁ ପାଳନ କରି ରାଜ୍ୟ ସରକାର ରଥଯାତ୍ରାକୁ ସୁଚାରୁ ରୂପେ କରନ୍ତୁ ବୋଲି ଶ୍ରୀ ମହାନ୍ତି ନିବେଦନ କରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.