ନୂଆଦିଲ୍ଲୀ: ନ୍ୟାସନାଲ କନ୍ଫରେନ୍ସ (ଏନ୍ସି)ନେତା ଅକବର ଲୋନ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପଟିସନ ଦାୟର କରିଛନ୍ତି । ଜମ୍ମୁ-କାଶ୍ମୀରକୁ ଦୁଅ ଭାଗରେ ବାଣ୍ଟିବା ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ବୋଲି ଦାୟର ପିଟିସନରେ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ କୌଣସ ରାଜ୍ୟକୁ ହଠାତ୍ ଏଭଳି ଭାବେ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ନିମନ୍ତେ ରାଷ୍ଟ୍ରପତି ଜାରି କରିଥିବା ଅଧିସୂଚନା ଯୁକ୍ତିଯୁକ୍ତ ନୁହେଁ ବୋଲି ଏଥିରେ ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ, ଜମ୍ମୁ-କାଶ୍ମୀରରେ ସକ୍ରିୟ ଥିବା ୨ ପ୍ରମୁଖ ଦଳ ନ୍ୟାସନାଲ କନଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି (ପିଡିପି)ଧାରା ୩୭୦ ଉଚ୍ଛେଦକୁ ଖୁବ୍ ବିରୋଧ କରିଥିଲେ । କୌଣସି ବଡ଼ ଧରଣର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏନ୍ସି ନେତା ଓମାର ଅବଦୁଲ୍ଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫ୍ତି ତଥା ଅନ୍ୟ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଛି ।
Comments are closed, but trackbacks and pingbacks are open.