ସୁପ୍ରିମକୋର୍ଟ ଛାଟ ପରେ ଶ୍ରୀମନ୍ଦିର ସେବା ବିକ୍ରି, ଲିଜ୍ରେଅଙ୍କୁଶ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାଅଧିକାରକୁ ସେବାୟତମାନେ ବିକି୍ର କରୁଛନ୍ତି । ଖାଲି ସେତିକି ତ ନୁହେଁ ସେବାଅଧିକାରକୁ ଲିଜ୍ଆଉ ସବ୍ ଲିଜ ମଧ୍ୟ ଦିଆଯାଉଛି । ଏହି ସେବା ବିକି୍ର ପ୍ରକି୍ରୟାରେ ଲକ୍ଷ ଲକ୍ଷ ଟଙ୍କାର ବେପାର ହେଉଛି । ସେବାପୂଜା ବିକି୍ରର ଏହି କୁପ୍ରଥାକୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟଅନୁମୋଦନ ଦେଇ ପ୍ରୋତ୍ସାହିତ କରୁଛି । ଏହି ବିଷୟ ନେଇ ସୁପି୍ରମକୋର୍ଟଅବଗତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ତାଗିଦ୍ କରିଛନ୍ତି । ଲୋକଙ୍କ ଧର୍ମ ଭାବନା ସହ ଜଡ଼ିତ ମହାପ୍ରଭୁଙ୍କ ସେବା, ପୂଜାଅଧିକାର ବିକି୍ର, ଲିଜ୍ କିମ୍ବା ସବ୍ ଲିଜ୍କୁ ସେବାୟତମାନେ ବେପାର କରୁଥିବା ନେଇ ଜାଣିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍ବେଗ ପ୍ରକାଶ କରିଛନ୍ତି ।
ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିରରେ ପ୍ରଚଳିତ ସେବା ପୂଜାକୁ ନେଇ ଲିଜ୍ (କଣ୍ଟ୍ରାକ୍ଟ) ପରମ୍ପରାଅନୁଚିତ ବୋଲି ଟିପ୍ପଣୀ ଦେଇଛନ୍ତି । ଏହି ସେବାପୂଜା ବିକି୍ର, ଲିଜ୍, ସବ୍ ଲିଜ୍ କୁପ୍ରଥାକୁ ବନ୍ଦ କରିବା ପାଇଁ ବିହିତ କାର୍ଯ୍ୟାନୁÂାନ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଖଣ୍ଡପୀଠଆଦେଶ (୪/୧୧/୨୦୧୯, ଏସ୍ସିଆଦେଶ କ୍ରମାଙ୍କ-୯) ଦେଇଛନ୍ତି ।ଅଦାଲତଆଦେଶରେଆହୁରି ଦର୍ଶାଯାଇଛି ସେବାଅଧିକାର (ଆରଓଆର) ବଳରେ ସେବାୟତମାନେ କେବଳ ମହାପ୍ରଭୁଙ୍କ ସେବାପୂଜା କରିବାକୁ ଯୋଗ୍ୟ । ଏଣୁ ଏହି ସେବାୟତଙ୍କ ଦ୍ୱାରା କେବଳ ମହାପ୍ରଭୁଙ୍କ ସେବା କରିବାରଅଧିକାର ଏବଂଅନୈତିକ ସେବା ବିକି୍ରକୁ ବନ୍ଦ କରିବା ବିଷୟକୁ ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିଦେ୍ର୍ଧଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ପୁରୀ ଜିଲ୍ଲା ଜଜ୍ ଶ୍ରୀମନ୍ଦିରରେ ବଂଶଗତ ସେବାଅଧିକାର ଉଚ୍ଛେଦ ପାଇଁ ସୁପି୍ରମକୋର୍ଟଙ୍କୁ ସୁପାରିସ କରିଛନ୍ତି । ଏହି କାରଣରୁ ମହାପ୍ରଭୁଙ୍କ ସେବାପୂଜା ବିକି୍ର ବେପାର ବନ୍ଦ କରିବାକୁ ସୁପି୍ରମକୋର୍ଟଙ୍କଆଦେଶ ବିଶେଷ ଗୁରୁତ୍ୱ ବହନ କରୁଛି ।
ସୁପି୍ରମକୋର୍ଟଙ୍କଆଦେଶ ପରେ ଶ୍ରୀମନ୍ଦିରରେ ସେବା ପୂଜା ବିକ୍ରି, ଲିଜ୍ ତଥା ସବ୍ ଲିଜ୍ ଉପରେ ଶ୍ରୀମନ୍ଦିର ପ୍ରଶାସନଅଙ୍କୁଶ ଲଗାଇଛି । ସେହିଭଳି ସୁପ୍ରିମକୋର୍ଟଆଦେଶ ପରିପ୍ରେକ୍ଷୀରେ ନୂତନ କରି ମହାପ୍ରଭୁଙ୍କ ସେବା କରିବାକୁ ଶାଢ଼ୀ ବାନ୍ଧିବା ନିମନ୍ତେ ଦରଖାସ୍ତ କରୁଥିବା ସେବକଙ୍କଆବେଦନକୁଅନୁମୋଦନ ଦେବାରେ ବର୍ତ୍ତମାନ କଟକଣା ଲାଗୁ ହୋଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।
ଶ୍ରୀମନ୍ଦିରଆଇନ-୧୯୫୨ ଏବଂ ୧୯୫୫ରେ ଶ୍ରୀମନ୍ଦିର ସେବାଅଧିକାର ସଂକ୍ରାନ୍ତ ରେକର୍ଡଅଫ୍ ରାଇଟ୍ (ଆରଓଆର)କୁଆଇନଗତ ସ୍ୱୀକୃତି ମିଳିଛି । ତେଣୁ ଶ୍ରୀଜଗନ୍ନାଥଙ୍କ ସେବା ପୂଜାଅଧିକାର ବିକି୍ର ଖରାପ ପରମ୍ପରା ସୃଷ୍ଟି କରିଛି । ଏହି କୁପ୍ରଥାକୁ ବନ୍ଦ କରା ନ ଗଲେ ମହାପ୍ରଭୁଙ୍କ ସେବାରେ ସମୟ ଦେଇ ପାରୁନଥିବା ସେବକମାନଙ୍କ ସେବାପୂଜା ବିକ୍ରି ବେପାରଆଗାମୀ ଦିନରେଆହୁରି ଭୟଙ୍କର ପରସ୍ଥିତି ସୃଷ୍ଟି କରିବାରଆଶଙ୍କା ଦେଖା ଦେଇଛି । ସୁପି୍ରମକୋର୍ଟଆଦେଶରେ ନିଦେ୍ର୍ଧଶ ଦିଆଯାଇଛି ସେବାପୂଜାର ଠିକା ବନ୍ଦ କରିବା ଜରୁରି ଏବଂ ଶ୍ରୀମନ୍ଦିର ସେବାୟତଙ୍କୁ ସେବାପୂଜା ସଂକ୍ରାନ୍ତରେ ସଚେତନ କରାଯାଉ । ସେହିଭଳି ଶ୍ରୀମନ୍ଦିର ସେବାପୂଜା ବିଧି ସମ୍ପର୍କରେ ସେବାୟତଙ୍କୁ ଶିକ୍ଷିତ କରବାକୁ ଉଚିତ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରାଯାଉ ।
ଶ୍ରୀମନ୍ଦିର ସେବାୟତଙ୍କ ସେବାଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବରିÂ ପଦାଧିକାରୀମାନେ ପୁରୀ ପରିଦର୍ଶନରେଆସିଥିଲେ । ସୁପି୍ରମକୋର୍ଟଆମିକସ୍ କୁ୍ୟରି ଶ୍ରୀମନ୍ଦିର ସତ୍ତ୍ୱାଧିକାର (ଆରଓଆର)କୁ ଉଚ୍ଛେଦ କରିବାକୁ ହେଲେ ଶ୍ରୀମନ୍ଦିରଆଇନକୁ ସଂଶୋଧନ କରିବାକୁ ପଡ଼ିବ ବୋଲିଅତାଲତଙ୍କୁ ରିପୋର୍ଟ ଦେଇଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି କିନ୍ତୁ ସେବାୟତଙ୍କ ସେବାଅଧିକରାକୁ ସୁରକ୍ଷା ଦେବା ସପକ୍ଷରେ ରହିଛି ।
ଶ୍ରୀମନ୍ଦିର ସେବାଅଧିକାରକୁ ବିକିବା, ଲିଜ୍ କିମ୍ବା ସବ୍ ଲିଜ୍ ଦେବା କ୍ଷେତ୍ରରେ ଭିନ୍ନ ଭିନ୍ନ ଦର ପ୍ରଚଳିତଅଛି । ବେପାର ବଣିଜ ତଥା ବିକଳ୍ପ ଉପାର୍ଜନ ପନ୍ଥାରେ ବ୍ୟସ୍ତ ଧନୀକ ଶ୍ରେଣୀର ସେବାୟତମାନେ ମହାପ୍ରଭୁଙ୍କ ସେବାକୁ ବିକି ବେପାର କରିବାରଅନୁଚିତ ପରମ୍ପରା ସୃଷ୍ଟି କରିଛନ୍ତି । ଏଥିରୁ ସୂଚନା ମିଳୁଛି ମହାପ୍ରଭୁଙ୍କ ସେବାଅପେକ୍ଷା ଉପାର୍ଜନକୁ ଏହି ବର୍ଗର ସେବାୟତମାନେ ଗୁରୁତ୍ୱ ଦେଉଛନ୍ତି । ଏହି କୁପ୍ରଥାକୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟଅନୁମୋଦନ ଦେଇ ପ୍ରୋତ୍ସାହିତ କରୁଛି । ସୂଚନା ମୁତାବକ ଶ୍ରୀମନ୍ଦିରରେ ୨୦୦୦ରୁଅଧିକ ଶାଢ଼ୀ ବନ୍ଧା ସେବକ ସେବାପୂଜା କରିବା ତାଲିକାରେଅଛନ୍ତି । ଏମାନଙ୍କ ମଧ୍ୟରେଅନୂ୍ୟନ ୧୫୦ରୁଅଧିକ ସେବାୟତ ସେମାନଙ୍କ ସେବାକୁ ବିକ୍ରି ତଥା ଲିଜ୍ ଦେଇଛନ୍ତି ।ଆଉ ୫୦ରୁଅଧିକ ସେବାୟତ ପ୍ରଭୁଙ୍କ ସେବାକୁ ସବ୍ ଲିଜ୍ (ଅଧା ସେବାବିକ୍ରି) ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons