ସୁବାସ ସିଂ ହେଲେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ. ପ୍ରିୟଦର୍ଶୀ ହାଉସିଂ ବୋର୍ଡ ଅଧ୍ୟକ୍ଷ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ନିର୍ବାଚନ ଟିକେଟ ରେସ୍ରୁ ବାଦ ପଡ଼ିଥିବା ଅନେକ ଆଶାୟୀ ନେତାଙ୍କୁ ଆଜି ଥଇଥାନ କରାଯାଇଛି । ନିଗମ ଓ ବୋର୍ଡ ଅଧ୍ୟକ୍ଷ ଲଡୁ ଦେଇ ଖୁସି କରିବାକୁ ପ୍ରୟାସ ହୋଇଛି । ମୋଟ ୩୫ଜଣଙ୍କୁ ଥଇଥାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଗମ ଓ ବୋର୍ଡ ଅଧ୍ୟକ୍ଷ ସମେତ ଅନେକଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ।
ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସୁବାସ ସିଂଙ୍କୁ ପୁଣି ଥରେ ଓଡ଼ିଶା କୋଠା ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କରାଯାଇଛି । ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ବିଜୟ ନାୟକ ରାଜ୍ୟ ଯୁବ ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି । ଅମରେଶ ପତ୍ରୀଙ୍କୁ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସଞ୍ଜୀବ ପାଇକରାୟଙ୍କୁ ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ, ସୁଧୀର ଦାସ ରାଜ୍ୟ ସାମାଜିକ ଉନ୍ନୟନ ବୋର୍ଡ, କୁନା ତ୍ରିପାଠୀ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।
ଅମରେନ୍ଦ୍ର ଦାସଙ୍କୁ ରାଜ୍ୟ କାଜୁ ଉନ୍ନୟନ ନିଗମ, ଅସିତ ପଟ୍ଟନାୟକଙ୍କୁ ଓଡ଼ିଶା ମତ୍ସ୍ୟ ବିକାଶ ନିଗମ, ଚିନ୍ମୟ ସାହୁଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, ଲୁଲୁ ଅମାତଙ୍କୁ ଓଡ଼ିଶା ଗ୍ରାମ୍ୟ ଗୃହ ନିଗମର ଅଧ୍ୟକ୍ଷ କରାଯାଇଛି । ଲେନିନ ମହାନ୍ତି ଉକ୍ରଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଦିଲ୍ଲୀପ ତିର୍କୀ ଓଡ଼ିଶା ହକି ପ୍ରମୋଶନାଲ କାଉନସିଲର ଅଧ୍ୟକ୍ଷ, ମାନସ ମାଡକାମୀ ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ, ଅନୁପ ସାଏ ଓଡ଼ିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ, ଦେବାଶିଷ ମହାନ୍ତି ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ, ପ୍ରଭାତ ଆଦିତ୍ୟ ମିଶ୍ର ଆପିକଲ୍ର ଅଧ୍ୟକ୍ଷ, ଇଶ୍ୱର ପାଣିଗ୍ରାହୀ ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ, ବିନୟ ଟପୋ ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଆକାଶ ଦାସ ନାୟକଙ୍କୁ ‘ମୋ କଲେଜ’କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ଆଉ କିଛି ନେତାଙ୍କୁ ଥଇଥାନ କରିବାକୁ ବିଭାଗ, ବୋର୍ଡ ଓ ନିଗମରେ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ମୁନ୍ନା ଖାଁଙ୍କୁ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗର ପରାମର୍ଶଦାତା, ଉକ୍ରଳ କେଶରୀ ପରିଡ଼ାଙ୍କୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ପରାମର୍ଶଦାତା, ଦେବାଶିଷ ମଲ୍ଲିକଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ପରାମର୍ଶଦାତା, ଅନୁଭବ ପଟ୍ଟନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପରାମର୍ଶଦାତା, କୃତିବାସ ପାତ୍ରଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପରାମର୍ଶଦାତା, ରାମଚନ୍ଦ୍ର ପଣ୍ଡା ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ପରାମର୍ଶଦାତା, ସୁଜିତ କୁମାର ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା, ଜନ୍ମେଜୟ ଲେଙ୍କା ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପରାମର୍ଶଦାତା, ସୁଧୀର କୁମାର ଦାସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି । ପୁଷ୍ପେନ୍ଦ୍ର ସିଂହଦେଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭ୍ୟ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons