ସୁରକ୍ଷା ଦାବି କଲେ ଜବରଦଖଲକାରୀ

Get real time updates directly on you device, subscribe now.

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରୁ ଗାଁ ଛାଡି ପଳାଇ ଆସିଥିବା ୧୦୫ଟି କିଛି ଭୂମିହୀନ ପରିବାର ରାଜଲକୋଣ୍ଡା ଫାର୍ମ ନିକଟରେ ଥିବା କିଛି ସରକାରୀ ଜଙ୍ଗଲ ଜମି ସଫା କରି ତିରୁପତିପୁରମ ନାମରେ ବସ୍ତି ସ୍ଥାପନ କରି ୪ମାସହେଲା ରହି ଆସୁଥିଲେ । ବାହାରୁ ଲୋକମାନେ ଆସି ରାସ୍ତାକଡ଼ ଫାର୍ମ ନିକଟରେ ଆନ୍ଧ୍ର ପ୍ରଦେଶର ନାମରେ ତିରୁପତିପୁରମ ବସ୍ତି ସ୍ଥାପନକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି । ଗତ ତିନିଚାରି ଦିନହେଲା ଉଭୟ ଗୋÂୀ ମଧ୍ୟରେ ବିବାଦ ଲାଗି ରହିଥିବାରୁ ସେଠାକୁ ସିପିଏମ ନେତା ହଳଧର ପୁଜାରୀ ଓ ଅନ୍ୟମାନେ ଯାଇ ଲୋକମାନଙ୍କୁ ବହୁତ ବୁଝାସୁଜା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ପହଞ୍ଚô ଲୋକମାନଙ୍କୁ ନିଜ ନିଜ ଗାଁକୁ ଫେରିଗଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବୁଝାଇଥିଲେ ମଧ୍ୟ କେହି ବୁଝି ନଥିଲେ । ସ୍ଥାନୀୟ ଗ୍ରାମବାସୀ ଓ ତିରୁପତିପୁରମ ବସ୍ତବାସିନ୍ଦାଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଦାବି କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons