ସୁରକ୍ଷିତ ଅଛି ‘ବିକ୍ରମ’

Get real time updates directly on you device, subscribe now.

ବେଙ୍ଗାଲୁରୁ: ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଠାବ କରାଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ସୁରକ୍ଷିତ ରହିଛି । କିନ୍ତୁ ଏହା ସାମାନ୍ୟ ଢଳି ରହିିଛି । ତା ସହିତ ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ କରାଯାଉଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ଚନ୍ଦ୍ରଯାନ ମିସନ ସହ ଜଡ଼ିତ ଜଣେ ବୈଜ୍ଞାନିକଙ୍କ ଉକ୍ତିକୁ ଉଦ୍ଧାର କରି ଖବର ସରବରାହ ସଂସ୍ଥା ପିଟିଆଇ ଏହି ସୂଚନା ଦେଇଛି । କିନ୍ତୁ ଇସ୍ରୋ ବିଧିବଦ୍ଧ ଭାବେ ଏହା ଉପରେ କିଛି କହିନାହିଁ । ତଥାପି ଆଶା ହରାଇନାହିଁ ଇସ୍ରୋ । ବିକ୍ରମ ସହ ଯୋଗାଯୋଗ ଲାଗି ପ୍ରୟାସ ଚଳାଇଛି ।
ରିପୋର୍ଟ ଅନୁସାରେ ଚନ୍ଦ୍ରଯାନ-୨ର ଅର୍ବିଟର ଉଠାଇଥିବା ଥର୍ମାଲ ଇମେଜକୁ ଅନୁଧ୍ୟାନ କରିବା ପରେ ସେଥିରୁ ଜଣାପଡିଛି ଯେ ଚନ୍ଦ୍ରପୃÂରେ ଧାର୍ଯ୍ୟ କରାଯାଇଥିବା ସ୍ଥାନର ପାଖାପାଖି ଅଞ୍ଚଳରେ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି । ଯେଉଁଥିପାଇଁ ଏହା ଗୋଟିଏ ପାଶ୍ୱର୍କୁ ଢଳି ରହିଛି । କିନ୍ତୁ ଏହାର କୌଣସି କ୍ଷତି ଘଟିନାହିଁ । ଏହା ସମ୍ପୂର୍ଣ୍ଣ ଅକ୍ଷତ ରହିଛି । ବିକ୍ରମ ସୁରକ୍ଷିତ ଥିବାରୁ ତା ଭିତରେ ଥିବା ରୋଭର ‘ପ୍ରଜ୍ଞାନ’ ମଧ୍ୟ ସୁରକ୍ଷିତ ରହିଥିବା ବିଶ୍ୱାସ କରାଯାଉଛି । ତା ସହିତ ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ କରାଯାଉଛି । ଇସ୍ରୋର କମାଣ୍ଡ ସେଣ୍ଟର ‘ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଇସ୍ଟ୍ରାକ)ରେ କାର୍ଯ୍ୟରତ ବୈଜ୍ଞାନିକମାନେ ଏ ଦିଗରେ ଉଦ୍ୟମ ଜାରି ରଖିଛନ୍ତି । ଗତକାଲି ଇସ୍ରୋ ସ୍ପଷ୍ଟ କରିଥିଲା ଯେ ଚନ୍ଦ୍ରପୃÂରେ ବିକ୍ରମକୁ ଠାବ କରାଯାଇଛି । ଏହା ହାର୍ଡ ଲ୍ୟାଣ୍ଡିଂ କରିଛି । ଅର୍ବିଟର ଠାରୁ ମିଳିଥିବା ଫଟୋରୁ ଏହା ଦେଖାଯାଇଛି । ତେବେ ବିକ୍ରମ ସହ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ । କିନ୍ତୁ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଉଛି । ଆଗାମୀ ୧୨ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ଭିତରେ ବିକ୍ରମ ସହ ସମ୍ପର୍କ ଲାଗି ସବୁମତେ ପ୍ରୟାସ କରାଯିବ ।
ବିକ୍ରମକୁ ନେଇ ସଂଶୟ ଲାଗି ରହିଥିଲା ବେଳେ ୨,୩୭୯ କି.ଗ୍ରା. ଓଜନ ବିଶିଷ୍ଟ ଅର୍ବିଟର କିନ୍ତୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି ଓ ଚନ୍ଦ୍ରକୁ ଏହା ପ୍ରଦକ୍ଷିଣ କରୁଛି । ଚନ୍ଦ୍ରଠାରୁ ଏହା ସର୍ବାଧିକ ୧୨୭ ଓ ସର୍ବନିମ୍ନ ୧୧୯ କି.ମି. ଦୂରତାରେ ପରିଭ୍ରମଣ କରୁଛି । ଅର୍ବିଟରରେ ୮ଟି ପେଲୋଡ ରହିଛି । ସେଥିରେ ଅତ୍ୟାଧୁନିକ କ୍ୟାମେରା (୦.୩ମି) ଲଗାଯାଇଛି । ଯେଉଁଥିରେ ହାଇ-ରିଜୋଲୁ୍ୟସନ ଫଟୋ ଉଠାଯାଇପାରିବ । ଯାହା ସମଗ୍ର ବିଶ୍ୱରେ ବୈଜ୍ଞାନିକଙ୍କ ପାଇଁ ବିଶେଷ ଉପଯୋଗୀ ହୋଇପାରିବ । ପୂର୍ବରୁ ଅର୍ବିଟର ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲା । ବର୍ତ୍ତମାନ ସେଥିରେ ପର୍ଯ୍ୟାପ୍ତ ଇନ୍ଧନ ରହିଥିବାରୁ ତାକୁ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଇବାକୁ ଇସ୍ରୋ ଲକ୍ଷ୍ୟ ରଖିଛି ।
ଚନ୍ଦ୍ରରେ ଜଳ, ବିକଳ୍ପ ଶକ୍ତି ଉତ୍ସ, ହିଲିୟମ ଓ ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି କି ନାହିଁ ସେ ସମ୍ପର୍କରେ ଅନୁସନ୍ଧାନ କରିବା ଲାଗି ଚନ୍ଦ୍ରୟାନ-୨ ପଠାଯାଇଥିଲା । ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଏହାକୁ ଲ୍ୟାଣ୍ଡିଂ କରିବାକୁ ଇସ୍ରୋ ବୈଜ୍ଞାନିକମାନେ ଲକ୍ଷ୍ୟ ରଖିଥିଲେ । ଯେଉଁ ଅଞ୍ଚଳକୁ ବିଶ୍ୱର କୌଣସି ଦେଶ ପହଞ୍ଚô ପାରିନାହାନ୍ତି । ସେଥିପାଇଁ ଚନ୍ଦ୍ରଯାନ-୨’ ଗତ ଜୁଲାଇ ୨୨ରେ ସଫଳତାର ସହ ମହାକାଶକୁ ପଠାଯାଇଥିଲା । ପୃଥିବୀର କକ୍ଷପଥରେ ଏହା ଦୀର୍ଘ ୨୩ ଦିନ ଧରି ଘୁରିବୁଲିବା ପରେ ଅଗଷ୍ଟ ୧୪ ତାରିଖରେ ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା କରିଥିଲା । ଅଗଷ୍ଟ ୨୦ରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ସେପ୍ଟେମ୍ବର ୨ରେ ଅର୍ବିଟର ଠାରୁ ପୃଥକ ହୋଇ ଲ୍ୟାଣ୍ଡର ବିକ୍ରମ ନିଜ ସାଥୀରେ ରୋଭର ପ୍ରଜ୍ଞାନକୁ ଧରି ଚନ୍ଦ୍ରର ଦକ୍ଷିଣ ମେରୁ ଅଭିମୁଖେ ଯାତ୍ରା କରିଥିଲା । ସେପ୍ଟେମ୍ବର ୭ ଭୋର ସମୟରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରିବା କଥା । କିନ୍ତୁ ଲ୍ୟାଣ୍ଡିଂର ଠିକ୍ ୬୯ ସେକେଣ୍ଡ ପୂର୍ବରୁ ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସେହି ସମୟରେ ବିକ୍ରମ ଚନ୍ଦ୍ରପୃÂରୁ ୨.୧ କି.ମି. ଉଚ୍ଚରେ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons