ସୁରଟରୁ ସାଇକେଲରେ ଓଡ଼ିଶା ଆସିଲେ ୫ ଯୁବକ

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ନୁ୍ୟଜ୍): ଗୁଜୁରାଟର ସୁରଟରୁ ସାଇକେଲ୍ରେ ଯାତ୍ରା କରିବା ପରେ ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି ୫ ଜଣ ଯୁବକ । ଏହି ଯୁବକମାନଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ କୁଲାଙ୍ଗି ପଞ୍ଚାୟତର କୁଡ଼ିବନ୍ଧ ଗାଁରେ । ୧୫ ଦିନର ଯାତ୍ରା ପରେ ସେମାନେ ଏପ୍ରିଲ ୩୦ ତାରିଖ ସନ୍ଧ୍ୟାରେ କୁଲାଙ୍ଗିରେ ପହଞ୍ଚିଥିଲେ । ଏହାପରେ ସେମାନଙ୍କୁ ପ୍ରଶାସନ ତରଫରୁ କୁଲାଙ୍ଗିରେ ହୋଇଥିବା କ୍ୱାରେଣ୍ଟଟାଇନ୍ ସେଣ୍ଟରରେ ରଖାଯାଇଛି । ଏହି ୫ ଜଣଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଆଉ ଜଣଙ୍କ ଘର ମଧ୍ୟ ସେହି ଗାଁରେ ବୋଲି ଜଣାଯାଇଛି । ଏହି ୫ ଜଣ ଯୁବକ ୧୦ ବର୍ଷ ହେବ ସୁରଟରେ କାମ କରୁଥିଲେ । ହେଲେ ଲକ୍ଡାଉନ୍ ଯୋଗୁ ସେମାନେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା । ତେବେ ପ୍ରଥମ ଲକ୍ଡାଉନ୍ ସରିଲା ପରେ ସରକାର ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଲକ୍ଡାଉନ୍ ଘୋଷଣା କରିଥିଲେ । ଫଳରେ ସେମାନଙ୍କ ପାଖରେ ଯାହା ଟଙ୍କା ଥିଲା ସବୁ ସରିଗଲା । ଭୋକ ଉପାସରେ ରହିବାରୁ ସେମାନେ ନିଜ ନିଜ ସାଇକେଲରେ ଗାଁକୁ ଫେରିବା ପାଇଁ ବାହାରିଥିଲେ । ଏନେଇ ସୁରଟରୁ ସାଇକେଲରେ ଫେରିଥିବା ଜଣେ ଯୁବକ କହିଛନ୍ତି ଆମେ ୧୦ ବର୍ଷ ହେଲା ସୁରଟରେ କାମ କରୁଥିଲୁ । ହେଲେ ଲକ୍ଡାଉନ୍ ନଉଠିବାରୁ ଆମ ପାଖରେ ଥିବା ପଇସା ସରିଗଲା । ଖାଇବାକୁ ମିଳିଲା ନାହିଁ । ଏମିତିକି କାମ ମଧ୍ୟ ବନ୍ଦ ହୋଇଯାଇଥିଲା । ମାଲିକଙ୍କ ପାଖକୁ ଫୋନ୍ କଲୁ । ତାଙ୍କ ମୋବାଇଲ ସୁଇଜ୍ ଅଫ୍ ଦେଖାଇଲା । ଭୋକ ଉପାସରେ ଦିନ ପରେ ଦିନ କାଟିଲୁ । ଏହା ଅସହ୍ୟ ହେବାରୁ ଗାଁ ପଳାଇ ଆସିବା ପାଇଁ ଏପ୍ରିଲ ୧୫ ତାରିଖରେ ନିଷ୍ପତ୍ତି ନେଲୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons