ସୁରଟ ଛାଡ଼ିଥିବା ୩ ଟ୍ରେନ୍ ଗଞ୍ଜାମରେ ପହଞ୍ଚôଲା

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗୁରୁବାର ସୁରଟ ଛାଡ଼ିଥିବା ୩ଟି ଟ୍ରେନ୍ ଶୁକ୍ରବାର ବ୍ରହ୍ମପୁର ନିକଟ ଜଗନ୍ନାତପୁର ଷ୍ଟେସନରେ ପହଞ୍ଚôଛି । ଏହି ୩ଟି ଟ୍ରେନକୁ ଛାଡ଼ିଦେଲେଆଜି ଆଉ କୌଣସି ଟ୍ରେନ ଓଡ଼ିଶା ପହଞ୍ଚିବାର ନାହିଁ । ଗୁରୁବାର ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ସୁରଟରୁ ଶୁକ୍ରବାର ବାହାରିବାକୁ ଥିବା ୩ଟି ଯାକ ଟ୍ରେନ୍କୁ ବାତିଲ କରିଛନ୍ତି ଓଡ଼ିଶା ସରକାର । ଏନେଇ ସୂଚନା ଦେଇଛନ୍ତି ସୁରଟ୍ ଜିଲ୍ଲାପାଳ ଧବଳ କୁମାର ପଟେଲ । ଏସବୁ ଟ୍ରେନ୍ରେ ଆସିବାକୁ ଥିବା ଯାତ୍ରୀମାନଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିବା ସେ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ରେ ପହଞ୍ଚିଥିବା ବେଳେ ଖୁବ୍ ଶୀଗ୍ର ଏହା ଗ୍ରୀନ୍ ଜୋନ୍ରୁ ରେଡ୍ ଜୋନରେ ପହଞ୍ଚିଛି । ବହୁ ସଂଖ୍ୟକ ପ୍ରବାସୀ ଟ୍ରେନ୍ ଓ ବସ୍ ଯୋଗେ ଗଞ୍ଜାମରେ ପହଞ୍ଚôଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ଓ ଆବଶ୍ୟକ ପରୀକ୍ଷା କରିବା ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons