ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଆଜି ସକାଳୁ ସେ ବିସ୍କୁଟ, ଉପମା, ମଟର ଆଳୁ ତରକାରୀ ଖାଉଛନ୍ତି । ଦ୍ୱିପହରରେ ଭାତ, ଡାଲମା, ସାଧା ତରକାରୀ ସହ ୨ଟି ରୁଟି ଖାଇଛନ୍ତି । ଆଶା କରାଯାଉଛି, ସେ ଖୁବ୍ଶୀଘ୍ର ସୁସ୍ଥ ହୋଇଯିବେ ।
ତାଙ୍କ ସଂସ୍ପର୍ଶରେ ଆସିଥିବା ୧୮ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ଏମାନଙ୍କ ବାଦ୍ ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ହୋମ୍ ଆଇସୋଲେସନ୍ରେ ରହିଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୭ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରୁ ୪୬ ଟି ନମୁନା ନେଗେଟିଭ୍ ଆସିଥିବା ବେଳେ ଗୋଟିଏ ନମୁନା ପଜିଟିଭ୍ ଆସିଛି । ଏହାବାଦ୍ ଆଜି ୬ଟି ନମୁନା ପରୀକ୍ଷା ପାଇଁ ଆରଏମ୍ଆରସିକୁ ପଠାଯାଇଛି ।
ସରକାର କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ୍ ବେଡ୍ ସଂଖ୍ୟା ୬୦କୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । କାଜୁଆଲଟି ନିକଟରେ ୫ ବେଡ୍ ରହିଥିବା ବେଳେ ଡେଷ୍ଟିଚୁ୍ୟଟ୍ ୱାର୍ଡରେ ଖୋଲିଛି ୧୦ ବେଡ୍ । ଏହାବାଦ୍ ରୋପାର୍ସ ବିଲ୍ଡିଂକୁ ମଧ୍ୟ ଆଇସୋଲେସନ୍ ୱାର୍ଡ କରିବାକୁ ନିଷ୍ପତ୍ତି ହୋଇଛି । ଏହାବାଦ୍ ନର୍ସିଂହୋମ ନିକଟରେ ୩୫ରୁ ୪୦ ଟି ବେଡ୍ ଖୋଲିବ ବୋଲି ଜଣାପଡିଛି । ଡୁମ୍ଡୁମାରେ ଥିବା ସହରାଞ୍ଚଳ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ରେ ମଧ୍ୟ ଆଇସୋଲେସନ୍ ୱାର୍ଡ ଖୋଲିବ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପିଲ୍ କରି କୁହାଯାଇଛି, ଯାହାର ସଂକ୍ରମଣ ସନେ୍ଦହ ରହିଛି । ସେହିମାନେ ହିଁ ମାସ୍କ ବ୍ୟବହାର କରିବା ଦରକାର । ଅନ୍ୟମାନେ ମାସ୍କ ବ୍ୟବହାର କରିବା ଦରକାର ନାହିଁ । ହସ୍ପିଟାଲ କର୍ମଚାରୀ ମାନେ ଓ ଡାକ୍ତର ପରାମର୍ଶ କରୁଥିବା ଲୋକ ହିଁ ଏହାକୁ ବ୍ୟବହାର କରିବା ଦରକାର । ଆଗୁଆ ଘରେ ମାସ୍କ ଓ ସାନିଟାଇଜର ଗଚ୍ଛିତ କରାନଯାଉ । ସାନିଟାଇଜର ଜାଗାରେ ଆମେ ସାବୁନ୍ ମଧ୍ୟ ବ୍ୟବହାର କଲେ ଭଲ । ଔଷଧ ଓ ଗ୍ରୋସରୀ ସାମଗ୍ରୀ ଏକାଥରରେ ନେଇ ଘରେ ଗଚ୍ଛିତ କରିବାର ଆବଶ୍ୟକତା ମଧ୍ୟ ନଥିବା କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons