ଭୁବନେଶ୍ୱର: ଆଜି ସୁସ୍ଥ ହେଲେ ଆଉ ୨ ଜଣ ‘କରୋନା’ ଆକ୍ରାନ୍ତ। ସେମାନେ ସମସ୍ତେ ଭୁବନେଶ୍ୱର ଅଞ୍ଚଳରେ। ତେବେ ସେମାନେ ଭୁବନେଶ୍ୱରର କେଉଁ ଅଞ୍ଚଳରେ ସେନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ରେ ଜଣାଇନାହିଁ। ଏମାନଙ୍କୁ ମିଶାଇ ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୫୦ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଓଡ଼ିଶାରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣେ ଗତକାଲି ‘କରୋନା’ରୁ ସୁସ୍ଥ ହୋଇ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି। ସେ ପଶ୍ଚିମବଙ୍ଗର ମେଦନାପୁର ଅଞ୍ଚଳ। ଏବେ ୫୦ ଜଣ ବିଭିନ୍ନ କୋଭିଡ୍ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି।ତେବେ ଗତ ଦୁଇ ଦିନରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ‘କରୋନା’ ଆକ୍ରାନ୍ତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସେଥିରୁ ଅଧିକାଂଶ ପଶ୍ଚିମଙ୍ଗବରୁ ଫେରିଥିବା ସ୍ପଷ୍ଟ ହେବା ପରେ ସୀମା ସିଲ୍ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
Comments are closed, but trackbacks and pingbacks are open.