ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ପଞ୍ଚମ ଦିନରେ ପହଞ୍ଚିଛି । ଆଜି ଓଡ଼ିଶାର ସୂଚନା ଓ ଲୋକସମ୍ପର୍କ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବିଭାଗୀୟ ଅତିରିକ୍ତ ନିଦେ୍ର୍ଧଶକ ନିରଞ୍ଜନ ସେଠୀ, ଯୁଗ୍ମ ନିଦେ୍ର୍ଧଶକ ବିପିନ ବିହାରୀ ବାରିକି ଏବଂ ମଣ୍ଡପର ନିଦେ୍ର୍ଧଶକ ରବୀନ୍ଦ୍ର କୁମାର ନାୟକ ମଣ୍ଡପ ସମ୍ପର୍କରେ ଶାସନ ସଚିବ ଶ୍ରୀ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ସେ ଅନ୍ୟ ରାଜ୍ୟର ମଣ୍ଡପ ବୁଲି ଦେଖିବା ସହ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସଂସ୍ଥା(ଆଇଟିପିଓ) କାର୍ଯ୍ୟାଳୟ ଯାଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମଣ୍ଡପ ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍’ ରହିଛି, ସେହି ଢଙ୍ଗରେ ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ନଭେମ୍ବର ୨୧ ତାରିଖ ଦିନ ପ୍ରଗତି ମଇଦାନର ହଂସଧ୍ୱନି ଥିଏଟରରେ ଓଡ଼ିଶା ଦିବସ ପାଳନ କରାଯିବ । ଏଥିରେ ଓଡ଼ିଶାର ସ୍ୱନାମଧନ୍ୟ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।
Comments are closed, but trackbacks and pingbacks are open.