ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ ଦ୍ବାରା ସୋନପୁର ସହରରେ ଚାଲିଥିବା ଏକ ସେକ୍କ ରାକେଟ ଠାବ କରାଯାଇଛି । ଦୁଇ ଦେହଜୀବୀଙ୍କୁ ସୋନପୁର ଥାନାରେ ଅଟକ ରଖିଛି ପୋଲିସ । ଏହାସହ ଜଣେ ଦଲାଲଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଅଟକ ଥିବା ଉଭୟ ଦେହଜୀବୀ ବାହାର ରାଜ୍ୟର ବୋଲି ଜଣା ପଡିଛି । ସୂଚନାନୁସାରେ, ସୋନପୁର ସହର ଉପକଣ୍ଠରେ ଗୋଟିଏ ଭଡା ଘରେ ଦେହବେପାର ଚାଲିଥିଲା । ସୋନପୁର ପୋଲିସ ଚଢଉ କରି ଦୁଇଜଣ ଦେହଜୀବୀକୁ ଉଦ୍ଧାର କରି ଟାଉନ ଥାନାରେ ଅଟକ ରଖିଛି । ଗିରଫ ଦଲାଲ ଜଣକ ପଡ଼ୋଶୀ ପଶ୍ଟିମବଙ୍ଗରୁ ଦେହଜୀବୀମାନଙ୍କୁ ଆଣି ଏଠାରେ ଦେହ ବେପାରରେ ଲଗାଉଥିଲା ।
ପୋଲିସ ଖବର ପାଇ ସଂପୃକ୍ତ ଅଞ୍ଚଳରେ ଚଢଉ କରିଥିଲା । ଦଲାଲ ଜଣକ ମଧ୍ୟ ପଶ୍ଚିମବଙ୍ଗର ବୋଲି ଜଣା ପଡିଛି ।ସୋନପୁର ପୋଲିସ ଉଭୟ ମହିଳାଙ୍କୁ ଡାକ୍ତରୀମାଇନା କରି ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ।
Comments are closed, but trackbacks and pingbacks are open.