ପୁନେ: ଭାରତରେ କରୋନା ଟିକା ପ୍ରସ୍ତୁତି ପାଇଁ ପ୍ରୟାସରତ ପୁନେର ସିରମ ଇନଷ୍ଟିଚୁ୍ୟଟ୍ର ସିଇଓ ଅଦାର ପୁନାୱାଲା ଏ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ତାଙ୍କ ଅନୁସାରେ ଯଦି ଟିକାର ପରୀକ୍ଷା ସଫଳ ହୁଏ ତା’ ହେଲେ ଚଳିତବର୍ଷ ସେପ୍ଟେମ୍ୱର କିମ୍ୱା ଅକ୍ଟୋବର ମାସ ସୁଦ୍ଧା ତାହା ବଜାରକୁ ଆସିପାରେ । ୧୦୦୦ ଟଙ୍କାରେ ତାହା ଉପଲବ୍ଧ ହେବ ।
‘ବିଜନେସ୍ ଟୁଡେ’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପୁନାୱାଲା ଏହି ସୂଚନା ଦେଇଛନ୍ତି । ପୁନାୱାଲା କହିଛନ୍ତି, ସେ ଏକ ବିପଦ ଉଠାଇ କରୋନା ଟିକାର ଆଡଭାନ୍ସ ପରୀକ୍ଷଣ ପୂର୍ବରୁ ହିଁ ତା’ର ଉତ୍ପାଦନ ପାଇଁ ଉଦ୍ୟମ କରିବେ । ଆସନ୍ତା ମାସର ଶେଷ ସୁଦ୍ଧା ଏହାର ଉତ୍ପାଦନ ଆରମ୍ଭ ହୋଇପାରେ । ପରୀକ୍ଷଣ ସଫଳ ରହିଲେ ସେପ୍ଟେମ୍ୱର-ଅକ୍ଟୋବର ମାସ ମଧ୍ୟରେ ତାକୁ ବଜାରରେ ଉପଲବ୍ଧ କରାଯିବ ।
ତାଙ୍କ ଅନୁସାରେ ବ୍ରିଟେନ୍ରେ ଏବେ ଟିକାର କ୍ଲିନିକାଲ୍ ଟ୍ରାଏଲ ପାଇଁ ଘୋଷଣା କରାଯାଇଛି । କିନ୍ତୁ ସେମାନେ ଏହାର ଉତ୍ପାଦନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ପରୀକ୍ଷଣ ସଫଳ ରହିବ ତା’ ହେଲେ ସେପ୍ଟେମ୍ୱର-ଅକ୍ଟୋବର ମାସ ସୁଦ୍ଧା ଟିକାର ପ୍ରଥମ ବ୍ୟାଚ୍ ପ୍ରସ୍ତୁତ ହୋଇଯିବ । ଟ୍ରାଏଲ୍ ସଫଳ ହେବା ପରେ ଯେପରି ତ+ାଳ ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଯାଇ ପାରିବ ସେଥିଲାଗି ସେମାନେ ପ୍ରଥମେ ଉତ୍ପାଦନ ଆରମ୍ଭ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ମେ ମାସରେ ତାଙ୍କ କମ୍ପାନି ଏହାକୁ ମନୁଷ୍ୟଙ୍କ ଉପରେ ପରୀକ୍ଷଣ କରିବ ।
ସେ ଆହୁରି କହିଛନ୍ତି, ଆମର ସେଣ୍ଟର କୋଭିଡ-୧୯ ଟିକା ପ୍ରସ୍ତୁତ କରିବା ଲାଗି ପ୍ରସ୍ତୁତ ରହିଛି । ପୁନେସ୍ଥିତ ଆମର କାରଖାନାରେ ଆମେ ୫୦୦-୬୦୦ କୋଟି ଟଙ୍କା ବିନିଯୋଗ କରିଛୁ । ଏହାଛଡ଼ା ଆଗାମୀ ୨-୩ ବର୍ଷ ମଧ୍ୟରେ କେବଳ କୋଭିଡ-୧୯ ଟୀକା ପ୍ରସ୍ତୁତି ପାଇଁ ଏକ ନୂଆ କାରଖାନା ସ୍ଥାପନ କରିବୁ ।
ଅନ୍ୟପଟେ ଟିକାର ଉତ୍ପାଦନ ନିର୍ଦ୍ଧିଷ୍ଟ ଭାବେ କେବେ ଆରମ୍ଭ ହେବ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପୁନାୱାଲା କହିଛନ୍ତି , ଆମର ବର୍ତ୍ତମାନ ଥିବା କାରଖାନାରେ ଆସନ୍ତା ୩ ସପ୍ତାହ ମଧ୍ୟରେ ଉତ୍ପାଦନ ଆରମ୍ଭ ହୋଇଯିବ । ମାସିକ ଆମେ ୪୦-୫୦ ଲକ୍ଷ ଡୋଜ୍ ପ୍ରସ୍ତୁତ କରିବୁ । ପରେ ଉତ୍ପାଦନକୁ ବୃଦ୍ଧି କରାଯାଇ ମାସିକ ୧ କୋଟି କରାଯିବ । ସେପ୍ଟେମ୍ୱର-ଅକ୍ଟୋବର ବେଳକୁ ଉତ୍ପାଦନ ବୃଦ୍ଧି ହୋଇ ମାସିକ ୪ କୋଟି ଡୋଜ୍ ପର୍ଯ୍ୟନ୍ତ ପହଞ୍ଚିପାରେ । ପରେ ଏହାକୁ ଅନ୍ୟ ଦେଶକୁ ରପ୍ତାନି କରାଯିବ ।
ପୁନେ ସ୍ଥିତ ସିରମ୍ ଇନ୍ଷ୍ଟିଚୁ୍ୟଟ ୧୯୬୬ ମସିହାରେ ସ୍ଥାପିତ ହୋଇଥିଲା । ଏହା ବିଶ୍ୱର ସବୁଠୁ ବଡ଼ ଟିକା ପ୍ରସ୍ତୁତକାରୀ କମ୍ପାନି । ପ୍ରତି ବର୍ଷ ଏହା ୧.୫ କୋଟି ଡୋଜ୍ ପ୍ରସ୍ତୁତ କରିଥାଏ । ବିଶ୍ୱର ୬୫ଧ ପିଲା ଏହି କମ୍ପାନିର ଟିକା ନେଇଥାନ୍ତି । ସୂଚନାଥାଉ କି, ସିରମ ବ୍ୟତୀତ ବ୍ରିଟେନ୍ର ଅrଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆମେରିକାର ବାୟୋଟେକ୍ କମ୍ପାନି କୋଡାଜୋନିr ମଧ୍ୟ କରୋନା ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ କରୁଛି ।
Comments are closed, but trackbacks and pingbacks are open.