ପୁରୀ: କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ୨୦୨୧ ପ୍ରସ୍ତୁତି ଚାଲିଛି । ତିନି ରଥକୁ ବଡ଼ଦାଣ୍ଡରେ କେବଳ କୋଭିଡ୍ ଟେଷ୍ଟ ହୋଇଥିବା ସେବାୟତମାନେ ଟାଣିବେ । ସ୍ନାନପୂର୍ଣ୍ଣିମା ଭଳି ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବ । ରଥଚକଡ଼ା ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ବଡ଼ଦାଣ୍ଡ ତାତିକୁ ନିୟନ୍ତ୍ରଣ କରିବାକୁ ଧଳା ପେଣ୍ଟିଂ କରାଯିବ । ରଥଯାତ୍ରା ବେଳେ ଆଗ୍ନିକମାନେ ବଡ଼ଦାଣ୍ଡରେ ପାଣି ପକାଇ ଥଣ୍ଡା କରିବେ । ଟିକାକରଣ ମଧ୍ୟ ସମ୍ପାଦନ କରାଯିବ । ବଡ଼ଦାଣ୍ଡରେ ରଥଟଣାରେ ନିୟୋଜିତ ସେବାୟତଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ଫାଷ୍ଟ ଏଡ୍ ସେଣ୍ଟର ଖୋଲାଯିବ । ଚଳିତ ରଥଯାତ୍ରା ପାଇଁ ଏଭଳି ରୂପରେଖ ପ୍ରସ୍ତୁତି ହୋଇଛି । ଏବିଷୟରେ ପ୍ରାକ୍ ଆଭାସ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ।
ରଥଯାତ୍ରାରେ ସେବାୟତଙ୍କ ବିଭିନ୍ନ ପ୍ରସ୍ତାବ ଉପରେ ପ୍ରଶାସନ ବିଚାର କରୁଛି । କେତେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ସେବାୟତମାନଙ୍କ ଆହୁରି କିଛି ପ୍ରସ୍ତାବ ଥିଲେ ବିଚାର କରାଯିବ । ଜୁଲାଇ ୫ ତାରିଖ କିମ୍ବା ତା ପୂର୍ବରୁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଡକାଯିବ । ଏହି ବୈଠକରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ସେବାୟତଙ୍କ ବିଭିନ୍ନ ପ୍ରସ୍ତାବ ଏବଂ ପରାମର୍ଶ ନିଆଯିବ । ବୈଠକ ପୂର୍ବରୁ ବିଭିନ୍ନ ନିଯୋଗର ବରିÂ ସେବାୟତ ପ୍ରତିନିଧିଙ୍କ ସହ ଦଫା ଦଫାରେ ଆଲୋଚନା କରାଯିବ । ଏହା ପରେ ଛତିଶା ନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରାର ଚୂଡାନ୍ତ ରୂପରେଖ ଘୋଷଣା କରାଯିବ । ବୁଧବାର ରଥଯାତ୍ରା ପ୍ରସ୍ତୁତିର ଅଗ୍ରଗତି ନେଇ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ସମୀକ୍ଷା ପରେ ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ବିଭାଗୀୟ ଅଫିସରମାନେ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ରଖିଥିଲେ ।
ରଥନିର୍ମାଣ ଅଗ୍ରଗତି ଏବଂ ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ତିନି ରଥର ୮୦ରୁ ନବେ ଭାଗ କାମ ଶେଷ ହେବା ଉପରେ । ପ୍ରଭା ଆଉ ସିଂହାସନ ନିର୍ମାଣ ପ୍ରସ୍ତୁତି ଏବେ ଚାଲିଛି । ସେହିଭଳି ଦରଜୀ ସେବାୟତମାନେ ରଥାବରଣ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଆବଶ୍ୟକ କନା ଏବଂ ସାମଗ୍ରୀ ପ୍ରଶାସନ ଯୋଗାଇ ଦେଇଛି । ଜୁଲାଇ ୯ ତାରିଖ ସୁଦ୍ଧା ରଥାବରଣ ପକାଇବା କାମ ଶେଷ କରାଯିବାକୁ ଲକ୍ଷ୍ୟ ରହିଛି । ରଥ କାରିଗରଙ୍କ ନିÂା ଏବଂ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ରଥ ନିର୍ମାଣ ପ୍ରସ୍ତୁତି ପୂର୍ବ ବର୍ଷ ଭଳି ଆଗୁଆ ରହିଥିବାର ପ୍ରକାଶ କରିଛନ୍ତି ।
ଏହା ପୂର୍ବରୁ ମୁଖ୍ୟ ପ୍ରଶାସକ ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ବ୍ୟତୀତ ରଥଚକଡା, ରଥଖଳା ଆଦି ପରିଦର୍ଶନ କରିଥିଲୋ । ରଥଖଳା ପରିଦର୍ଶନ ବେଳେ ବିଭିନ୍ନ ନିଯୋଗର ରଥ ନିର୍ମାଣ କାରିଗରଙ୍କ ସହ ଭଲମନ୍ଦ ପ୍ରସଙ୍ଗରେ ଆଲୋଚନା କରିଥିଲେ । ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଆବଶ୍ୟକ ଜିନିଷ, ସାମଗ୍ରୀ ସବୁ ଠିକ ସମୟରେ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ମୁତାବକ କୋଭିଡ୍ କଟକଣା ମଧ୍ୟ ଚଳିତ ରଥଯାତ୍ରାରେ କଡକାଡି ଭାବେ ପାଳନ କରାଯିବ ବୋଲି ସେ ସୂଚନା ଦେଇଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.