
ନନ୍ଦପୁର, (ବି.ବି.ନୁ୍ୟଜ):ନନ୍ଦପୁର ବ୍ଲକ ଅନ୍ତର୍ଗତ ବିଲାପୁଟ ପଞ୍ଚାୟତର ୧୨ ନମ୍ବର ୱାର୍ଡ କାକୁଆ ଓ ସେମିଳିପୁଟ ଗ୍ରାମକୁ ନେଇ ଗଠିତ । ସେମିଳିପୁଟ ଗ୍ରାମରେ ୨୩ ପରିବାରର ୧୨୯ ବାସିନ୍ଦା ରହୁଛନ୍ତି । ଅଥଚ ଗ୍ରାମବାସୀ ଭୋଗୁଛନ୍ତି ଜଳକଷ୍ଟ । ଗ୍ରାମରେ ଥିବା ଏକ ନଳକୂପ ହିଁ ଭରସା । କିନ୍ତୁ ଗତ ୨ମାସ ହେଲା ନଳକୂପ ଅଚଳ ହୋଇଯାଇଛି । ୱାର୍ଡ ସଭ୍ୟ, ସରପଞ୍ଚ ବ୍ଲକ କର୍ତ୍ତୃପକ୍ଷ, ଜଳଯୋଗାଣ ବିଭାଗକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ଫଳତଃ ଲୋକେ ଦେଢ଼ କିମି ଦୂର କାକୁଆ ନଦୀ ଘାଟ ନିକଟରେ ଛୋଟ ଛୋଟ ଗା ଖୋଳି ପିଇବା ପାଇଁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଯଥାଶୀଘ୍ର ଅଚଳ ନଳକୂପ ମରାମତି କରାଯିବା ଦିଗରେ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି ।


Comments are closed, but trackbacks and pingbacks are open.