ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସେସୁର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା । ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ସେସୁର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ସେସୁର ସମସ୍ତ ଗ୍ରାହକଙ୍କୁ କିପରି ଉନ୍ନତ ସେବା ଯୋଗାଇ ଦିଆଯାଇ ପାରିବ ସେନେଇ ଆଲୋଚନା କରିଥିଲେ । ଗ୍ରାହକମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ସହ ସେସୁର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ । ବୈଠକରେ ସେସୁର ବୈଷୟିକ, ମାନବ ସମ୍ବଳ, ଅର୍ଥ, ବାଣିଜ୍ୟ, ସୂଚନା ଓ ପ୍ରଯୁକ୍ତି, ଆଇନ, ଲୋକସମ୍ପର୍କ ଓ ଅନ୍ୟାନ୍ୟ ବିଭାଗର ମୁଖ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତେ ମିଳିମିଶି ନିଷ୍ଠାର ସହ କାମ କଲେ ରାଜ୍ୟରେ ବିଦ୍ୟୁତ ଓ ଗ୍ରାହକଙ୍କ କୌଣସି ସମସ୍ୟା ରହିବ ନାହିଁ ଶ୍ରୀ ବୋଥ୍ରା ପରାମର୍ଶ ଦେଇଥିଲେ ।
Comments are closed, but trackbacks and pingbacks are open.