ଜୁନାଗଡ଼: ସୈତାନ ବାପାର ବର୍ବରକାଣ୍ଡ। ନିଜ ଜନ୍ମିତ ଦୁଇ ବର୍ଷର ଶିଶୁପୁତ୍ରକୁ ବାପା ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୁନାଗଡ଼ ଥାନା ତିଲଯୁଡି ଗାଁର ଏଭଳି ଘଟଣା ଘଟିଛି। ଜାରିଙ୍ଗ ଜଙ୍ଗଲରୁ ଶିଶୁର ଶବ ଉଦ୍ଧାର। ହତ୍ୟା ଅଭିଯୁକ୍ତ ବାପା ଯୁଧିଷ୍ଠିର ଶବରକୁ ଥାନାରେ ଅଟକ ରଖାଯାଇଛି। ହତ୍ୟାକାରୀ ବାପା ଯୁଧିଷ୍ଠିର ଜଣେ ମାନସିକ ରୋଗୀ ବୋଲି ସୂଚନା ମିଳିଛି। ଶିଶୁ କାନ୍ଦୁ ଥିବାରୁ ତଣ୍ଟିଚିପି ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ପିଲାମାନେ କାନ୍ଦିବା ସ୍ବାଭାବିକ କଥା। ହେଲେ ନିଷ୍ଠୁର ବାପା କାହିଁକି ତଣ୍ଟିଚିପି ହତ୍ୟା କଲା ତାହା ସନ୍ଦେହ ଘେରରେ ରହିଛି। ହତ୍ୟା ପରେ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ସତ୍ୟାସତ କଣ ସେନେଇ ଛାନ୍ଭିନ୍ ଆରମ୍ଭ କରିଛି।


Comments are closed, but trackbacks and pingbacks are open.