ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆସନ୍ତା ସୋମବାର କେନ୍ଦ୍ରାପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ଏହି ଅବସରରେ ସେ ବଳଦେବଜୀଉଙ୍କ ମନ୍ଦିର ଯାଇ ପ୍ରଭୁଙ୍କ ଦର୍ଶନ କରିବେ । ସେଦିନ ସ୍ନାନ ପୂର୍ଣ୍ଣିମା ଥିବାରୁ ସ୍ନାନ ବେଦୀରେ ପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବେ ।
କେନ୍ଦ୍ରାପଡ଼ା ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ହୋଇଥିଲା । ପ୍ରଚାରରେ ଶେଷ ପର୍ଯ୍ୟାୟରେ ନବୀନ କେନ୍ଦ୍ରାପଡ଼ାରେ ବଳଦେବଜୀଉଙ୍କ ଦର୍ଶନ କରି ସଫଳତା ପାଇଁ ପ୍ରାର୍ଥନା କରିଥିଲେ । ରାଜ୍ୟରେ ବିଜେଡି ପୁଣି ଥରେ କ୍ଷମତାକୁ ଫେରିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକପାଖିଆ ଜିତିଛି । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନବୀନ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏବେ ସେ କେନ୍ଦ୍ରାପଡ଼ା ଯାଇ ବଳଦେବଜୀଉଙ୍କ ଦର୍ଶନ କରିବାକୁ ସ୍ଥିର କରିଛନ୍ତି । ସୋମବାର ସେ ହେଲିକପ୍ଟରରେ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଗସ୍ତ କରିବେ । ଆଗକୁ ପାଟକୁରା ନିର୍ବାଚନ ଥିବାରୁ ନବୀନଙ୍କ ଏହି ଗସ୍ତ ଉପରେ ସଭିଙ୍କ ନଜର ରହିଛି । ନବୀନଙ୍କ ଗସ୍ତକୁ ନେଇ ବିଜେଡି ପାଟକୁରା ନିର୍ବାଚନ ପାଇଁ ବିଗୁଲ୍ ବଜାଇ ମଇଦାନକୁ ଓହ୍ଲାଇବ ବୋଲି କୁହାଯାଉଛି ।
Comments are closed, but trackbacks and pingbacks are open.