ସୋର : ସୋର ଡାକ୍ତରଖାନାରେ କୁକୁର କାମୁଡା ଇଂଜେକ୍ସନ ମିଳୁନି । ପ୍ରତିବାଦରେ ଡାକ୍ତରଖାନା ସମ୍ମୁଖରେ ରୋଗୀ ଓ ରୋଗୀ ସହାୟକମାନେ ହୋହଲ୍ଲା କରିଥିଲେ । ମୁଖ୍ୟ ଫାଟକରେ ଦଉଡି ବାନ୍ଧି ବନ୍ଦ କରି ଦେଇଥିଲେ।
ସୋର ଡାକ୍ତରଖାନାରେ ଗତ ଦୁଇ ମାସ ଧରି କୁକୁର କାମୁଡା ଇଂଜେକ୍ସନ ମିଳୁନି। ଗତ ଦୁଇ ସପ୍ତାହ ଧରି ରୋଗୀଙ୍କୁ କୁକୁର କାମୁଡା ଇଂଜେକ୍ସନ ସମସ୍ୟା ଲାଗି ରହିଥିଲା । ଯାହା ଫଳରେ ରୋଗୀ ଓ ରୋଗୀ ସହାୟକମାନେ ଆଜି ସକାଳେ ଡାକ୍ତରଖାନା ଫାଟକରେ ତାଲା ପକାଇଥିଲେ ।
Comments are closed, but trackbacks and pingbacks are open.