ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ସୋସିଆଲ ମିଡିଆର ବ୍ୟବହାର କରିବେ ନାହିଁ । ସେ ଫେସବୁକ, ଇନଷ୍ଟ୍ରାଗ୍ରାମ, ଟ୍ୱିଟର ଏବଂ ୟୁଟୁ୍ୟବରେ ଆଉ କିଛି ପୋଷ୍ଟ କରିବେ ନାହିଁ । ଆସନ୍ତା ରବିବାର ସେ ଏପରି ପଦକ୍ଷେପ ନେବେ ବୋଲି ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କିନ୍ତୁ ସେ ଦେଶବାସୀଙ୍କ ପାଇଁ ଅନ୍ୟ ମାଧ୍ୟମରେ ପୋଷ୍ଟ କରିବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । କିନ୍ତୁ ମୋଦି କାହିଁକି ଅକସ୍ମାତ୍ ଏଭଳି ନିଷ୍ପତ୍ତି ନେଲେ, ତାହା ସେ ସ୍ପଷ୍ଟ କରିନାହାନ୍ତି । ତେବେ ମନେ କରାଯାଉଛି ଯେ ଦିଲ୍ଲୀ ଦଙ୍ଗାରେ ୪୭ ଜଣ ପ୍ରାଣ ହରାଇବା ଏବଂ ଦଙ୍ଗା ଉସୁକାଇବା ପାଇଁ ସୋସିଆଲ ମିଡିଆର ବହୁଳ ବ୍ୟବହାର କରାଯାଇଥିବା ପରିପ୍ରେକ୍ଷୀରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ ଯେ, ମୋଦି ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ ଅଟନ୍ତି । ସୋସିଆଲ ମିଡିଆରେ ତାଙ୍କର କୋଟି କୋଟି ଫଲୋୟର ଅଛନ୍ତି । ବିଶ୍ୱର ଆଉ କିଛି ଖ୍ୟାତନାମା ବ୍ୟକ୍ତି ବିଶେଷଙ୍କୁ ମୋଦି ଏହି କ୍ଷେତ୍ରରେ ପଛରେ ପକାଇ ଦେଇଥିଲେ । କିନ୍ତୁ ଆଜି ସେ ଆଉ ଏହାର ବ୍ୟବହାର କରିବେ ନାହିଁ ବୋଲି କହିବା ସମସ୍ତଙ୍କୁ ବିସ୍ମିତ କରିଛି ।
Comments are closed, but trackbacks and pingbacks are open.