ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଅନନ୍ୟା ପାଣ୍ଡେ

Get real time updates directly on you device, subscribe now.

ମୁମ୍ବାଇ : ନିକଟରେ ଅନନ୍ୟା ପାଣ୍ଡେ ଫିଲ୍ମ ‘ପତି ପତ୍ନୀ ଔର ୱୋ’ରେ ନଜର ଆସିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବା ସହ ଫିଲ୍ମର ସମସ୍ତ କ୍ୟାରେକ୍ଟରଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଅନନ୍ୟାଙ୍କ ସହିତ ଭୂମି ପେଡେନକର ଓ କାର୍ତ୍ତିକ ଆୟର୍ନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।
କମ୍ ବର୍ଷ ବୟସରୁ ଫିଲ୍ମ ମେକର କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ରୁ ବଲିଉଡରେ ଏଣ୍ଟ୍ରି ମାରିଥିବା ଅନନ୍ୟା ପାଣ୍ଡେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବହୁତ ଆକ୍ଟିଭ୍ ରୁହନ୍ତି । ସେ ଲଗାତର ନିଜ ଲାଟେଷ୍ଟ ଫଟୋ ସେୟାର କରିଥାନ୍ତି । ନିକଟରେ ଅନନ୍ୟା ପାଣ୍ଡେଙ୍କ ଦ୍ୱାରା ସେୟାର ହୋଇଥିବା ଫଟୋ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି ।
କହିରଖୁଛୁ ଅନନ୍ୟା ଏବେ ନିଜ ସାଙ୍ଗମାନଙ୍କ ସହ ବର୍ଥଡେ ସେଲିବ୍ରେଟ୍ କରିବା ପାଇଁ ଦୁବାଇ ଯାଇଛନ୍ତି । ଅନନ୍ୟା ଦୁବାଇରେ ନିଜର ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋ ଦେଖି ଜଣାପଡୁଛି ଅନନ୍ୟା ଦୁବାଇରେ ବହୁତ ମସ୍ତୀ କରୁଛନ୍ତି ।
ନିକଟରେ ଅନନ୍ୟା ଫିଲ୍ମ ‘ପତି ପତ୍ନୀ ଔର ୱୋ’ରେ ନଜର ଆସିଥିଲେ ଯାହା କି ବକ୍ସ ଅଫିସରେ ଭଲ ଆୟ କରିଥିଲା । ଏହି ଫିଲ୍ମରେ ଅନନ୍ୟାଙ୍କ ସହ ଭୂମି ପେଡେନକର ଓ କାର୍ତ୍ତିକ ଆୟର୍ନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons