
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ସରକାର ଆଇପିଏସ୍ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବଦଳି କରିଛନ୍ତି । କଟକ-ଭୁବନେଶ୍ୱର ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନରେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୁଲିସ କମିଶନର ଦାୟିତ୍ୱ ଦିଆଯାଇଛି । ଏହାବାଦ୍ ଅଗ୍ନିଶମ ଡିଜି ଦାୟିତ୍ୱ ବରିÂ ଆଇପିଏସ୍ ଏମ୍. ଅକ୍ଷୟ ଦାୟିତ୍ୱ ତୁଲାଇବେ । ଗୃହ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୯୯୫ ବ୍ୟାଚ୍ ବରିÂ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି । ତାଙ୍କୁ ଟୁଇନସିଟିର ଏହି ଗୁରୁ ଦାୟିତ୍ୱ ମିଳିଛି । ସେହିପରି ୧୯୯୦ ବ୍ୟାଚ୍ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡିÿଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚ୍ଡବ୍ଲୁ୍ୟସି)ର ମୁଖ୍ୟ ପରିଚାଳନା ନିଦେ୍ର୍ଧଶକ (ସିଏମଡି) ଭାବେ ଦାୟିତ୍ୱ ଦିଆଯାଇଛି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବଦଳିରେ ୧୯୮୮ ବ୍ୟାଚ୍ ଆଇପିଏସ ଏମ. ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ସେ ୨୦୨୦ ମସିହା ଜୁଲାଇରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସେବେଠୁ ସେ ପୁଲିସ ହାଉସିଂ ବୋର୍ଡର ସିଏମ୍ଡି ଭାବେ କାର୍ଯ୍ୟ କରୁଛନ୍ତି । ସୂଚନା ଥାଉ କି, ଡ. ସତ୍ୟଜିତ ମହାନ୍ତି ଚଳିତ ମାସ ପହିଲାରେ ଅଗ୍ନିଶମ ଡିଜି ପଦରୁ ଅବସର ନେଇଥିଲେ । ସେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ହେବା ପରେ ଅଗ୍ନିଶମ ଡିଜି ପଦ କିଛି ଦିନ ହେଲା ଖାଲି ପଡ଼ିଥିଲା ।
କମିଶନର ଭାବେ ଡ. ଷଡ଼ଙ୍ଗୀ ଦେଢ଼ ବର୍ଷ ଧରି ଗୁରୁ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇଥିଲେ । ତତ୍କାଳୀନ ପୁଲିସ କମିଶନର ଡ. ସତ୍ୟଜିତ ମହାନ୍ତିଙ୍କ ବଦଳରେ ତାଙ୍କୁ ୨୦୧୯ ଅଗଷ୍ଟ ୧୯ ତାରିଖରେ ଏହି ପଦବୀ ଦିଆ ଯାଇଥିଲା । ଏହା ପୂର୍ବରୁ ସେ ରାଜ୍ୟ ଅପରାଧ ନଥି ସଂସ୍ଥା (ଏସ୍ସିଆର୍ବି)ର ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରିଥିଲେ । ତା’ ପୂର୍ବରୁ ସେ ପୁଲିସ ହାଉସିଂ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଥିଲେ । ଡ. ଷଡ଼ଙ୍ଗୀ ନିଜ କ୍ୟାରିଅରରେ ମାଲ୍କାନଗିରି, ସୁନ୍ଦରଗଡ଼, ବ୍ରହ୍ମପୁର, ବାଲେଶ୍ୱର ଓ କେଉଁଝର ଜିଲ୍ଲାରେ ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି ।
ସେହିପରି ଶ୍ରୀ ପ୍ରିୟଦର୍ଶୀ କ୍ରାଇମ୍ବ୍ରାଞ୍ଚର ଏଡିଜି ଭାବେ ୨୦୨୦ ଜୁଲାଇରୁ କାର୍ଯ୍ୟ କରିଛନ୍ତି । ତାଙ୍କ ଚାକିରି କାଳରେ କ୍ରାଇମ୍ବ୍ରାଞ୍ଚ ରେକର୍ଡ ସଂଖ୍ୟକ ନିଶା କାରବାର(ବ୍ରାଉନ୍ସୁଗର, ଗଞ୍ଜେଇ) ଜବତ କରିଛି । ଏହା ସହ ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ରୋକ୍ ଲାଗିଛି । ଏହା ପୂର୍ବରୁ ଶ୍ରୀ ପ୍ରିୟଦର୍ଶୀ କେନ୍ଦ୍ରାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରିଛନ୍ତି ।


Comments are closed, but trackbacks and pingbacks are open.