ସ୍କୁଟିକୁ ସାମ୍ନାପଟୁ ଧକ୍କା ଦେଲା କାର୍: ମହିଳା ମୃତ

Get real time updates directly on you device, subscribe now.

ସାଲେପୁର : ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ । କଟକ ଜିଲ୍ଲା କିଶନନଗର ଥାନା କଟକ-ପାରାଦୀପ ରାସ୍ତା ତତଲାପଦା କୁମ୍ଭାରସାହି ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଜଣେ ମହିଳା ବୋଲି ଜଣପାଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମହିଳାଜଣଙ୍କ ସ୍କୁଟିରେ କଟକ ଆଡୁ ଆସୁଥିବା ବେଳେ ପାରାଦୀପ ପଟୁ ଆସୁଥିବା ଏକ୍‌ କାର ସାମ୍ନା ପଟୁ ଧକ୍କା ଦେଇଥିଲା । ଯାହାଫଳରେ ମହିଳାଜଣଙ୍କ ଘଟଣାସ୍ଥଳରେ ଗୁରୁତର ଭାବେ ପଡିରହିଥିଲେ । ସ୍ଥାନୀୟଲୋକେ ମହିଳାଙ୍କୁ ଉଦ୍ଧାର କରି ରଘୁନାଥପୁର ମେଡିକାଲରେ ଭର୍ତ୍ତି କରାଥିଲେ ।
କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଦୁର୍ଘଟଣା ପରେ କାର୍‌ ଚାଳକ କାର୍‌ ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ିକୁ ଜବତ କରିବା ସହ ଛାନ୍‌ଭିନ୍‌ ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons