ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ୍): ସ୍କୁଟି ସହ ଟ୍ରକ୍ ଧକ୍କା । ଘଟଣାସ୍ଥଳରେ ତିନି ଜଣ ସ୍କୁଟି ଅରୋହୀ ଗୁରୁତର । ସମସ୍ତ ଗୁରୁତରଙ୍କୁ ମୁମୂର୍ଷୁ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଶନିବାର ରାତି ୮ଟା ୩୦ରେ ବ୍ରହ୍ମପୁର ପୁରୁଷୋତ୍ତମପୁର ରାସ୍ତା ରେଗିଡ଼ି ଛକରେ ଘଟିଛି ଦୁର୍ଘଟଣା । ଗୁରୁତରଙ୍କ ପରିଚୟ ମିଳିନି । ମିଳିଥିବା ସୂଚନା ଅନୁସାରେ ସ୍କୁଟି (ଓଡି୦୭ଏଡି-୨୭୦୫) ଯୋଗେ ତିନି ଜଣ ଯୁବକ ବ୍ରହ୍ମପୁର ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଏକ ଟ୍ରକ୍ (ଡିଡି୦୭କେ-୨୩୭୯) ବ୍ରହ୍ମପୁରରୁ ପୁରୁଷୋତ୍ତମପୁର ଯାଉଥିଲା । ରାସ୍ତା କଡ଼ରେ ଠିଆ ହୋଇଥିôବା ଏକ ବସ୍କୁ ଓଭରଟେକ୍ କରି ସ୍କୁଟି ଯାଇଥିଲା । ଏହି ସମୟରେ ସାମନା ପଟୁ ଆସୁଥିôବା ଟ୍ରକ୍କୁ ଧକ୍କ୍ା ଦେଇଥିଲା । ଧକ୍କା ଏତେ ଶକ୍ତ ଥିଲା ଯେ ସ୍କୁଟି ଭାଙ୍ଗି ଚୁରମାର୍ ହୋଇଯାଇଛି । ଖବର ପାଇ ପୁରୁଷୋତ୍ତମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଦମକଳ ବାହିନୀ ଗାଡ଼ି ଯୋଗେ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି । ଉତ୍ତ୍ୟକ୍ତ ଲୋକ ରେଗେଡ଼ି ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।
Comments are closed, but trackbacks and pingbacks are open.