ସ୍କୁଲରୁ ଘରକୁ ଫେରୁଥିଲେ, ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ସକାଳୁଆ ସ୍କୁଲ ସାରି ଘରକୁ ଫେରୁଥିଲେ ଶିକ୍ଷୟିତ୍ରୀ । ଆଉ ମାତ୍ର ୨୦୦ ମିଟର ଅତିକ୍ରମ କରିଥିଲେ ଘରେ ପହଞ୍ଚିଥାନ୍ତେ । ହେଲେ ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କ ଉପରେ ମାଡ଼ି ଏକ ଟ୍ରକ୍ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥର ଭୋଜପୁର ଠାରେ ।
ଟାଉନ ଥାନା ଅନ୍ତର୍ଗତ ଭୋଜପୁର ଗ୍ରାମରେ ରୁହନ୍ତି ଦମୟନ୍ତୀ ପଟେଲ । ସେ ସବଡେଗା ବଡ଼ମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି । ସକାଳୁଆ ସ୍କୁଲ ଥିବାରୁ ଆଜି ସକାଳୁ ନିଜ ସ୍କୁଟି ନେଇ ସେ ବିଦ୍ୟାଳୟକୁ ଯାଇଥିଲେ । ସ୍କୁଲ ଛୁଟି ହେବା ପରେ ସେ ଘରକୁ ଫେରୁଥିଲେ । ୧୦ ନମ୍ବର ରାଜ୍ୟ ରାଜପଥର ଭୋଜପୁର ନିକଟରେ ସେ ରାସ୍ତା ଅତିକ୍ରମ କରୁଥିଲେ । ଏହି ସମୟରେ ରାଉରକେଲା ପଟୁ ଆସୁଥିବା ଏକ ଟ୍ରକ୍୍ (ସିଜି୧୫ଏସି ୫୨୫୮) ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଏହି ଦୁର୍ଘଟଣା ପରେ ଭୋଜପୁର ଗ୍ରାମର ଉତ୍ତ୍ୟକ୍ତ ଗ୍ରାମବାସୀ ରାଜପଥକୁ ଅବରୋଧ କରିଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଘଟଣା ସ୍ଥଳରେ ସଦର ତହସିଲଦାର ଯୋଗେନ୍ଦ୍ର ଭୋଇ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହା ପୂର୍ବରୁ ତିନୋଟି ଦୁର୍ଘଟଣା ଘଟିଛି ଓ ତିନି ଜଣଙ୍କ ପ୍ରାଣ ଯାଇଛି । ତେଣୁ ଏଠାରେ ଦୁର୍ଘଟଣାକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ । ତହସିଲଦାର ଗ୍ରାମବାସୀଙ୍କ ଦାବି ଶୁଣିବା ପରେ ଗ୍ରାମବାସୀଙ୍କ ଠାରୁ ଏକ ଲିଖିତ ଦାବି ପତ୍ର ନେବା ପରେ ଗ୍ରାମବାସୀ ଶାନ୍ତ ହୋଇଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ ଚାଲିଥିଲା । ତହସିଲଦାରଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୁ ମୃତ ଦେହ ଉଠିଥିଲା । ଏହା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଥିବା ବେଳେ ଚାଳକ ଫେରାର ହୋଇ ଯାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons